ଆସନ୍ତାକାଲି ବର୍ଷର ଶେଷ ଗ୍ରହଣ । ଅପରାହ୍ନ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ହୋଇ ସନ୍ଧ୍ୟା ୬ଟା ୧୯ରେ ସର୍ବମୋକ୍ଷ ହେବ । ପୂର୍ଣ୍ଣ ଚନ୍ଦ ଗ୍ରହଣ ଅପରାହ୍ନ ୩ଟା ୪୭ରେ ଆରମ୍ଭ ହେଉଥିଲେ ମଧ୍ୟ ଚନ୍ଦ୍ର ଉଦୟ ହୋଇନଥିବାରୁ ଓଡିଶାକୁ ଦୃଶ୍ୟମାନ ହେବନି । ଏଭଳି ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା ସେପ୍ଟେମ୍ବର ୨୦୨୫ ମସିହାରେ ଦେଖାଯିବ । ଭୋର ୫ଟା ୫୪ରୁ ପାକ ତ୍ୟାଗ କରାଯିବ । ଗ୍ରହଣ ଦିନ କାର୍ତ୍ତିକ ପୂର୍ଣ୍ଣିମା ପଡୁଥିବାରୁ କେତେବେଳେ ଡଙ୍ଗା ଭସାଇବେ ତାକୁ ନେଇ ଚିନ୍ତାରେ ଶ୍ରଦ୍ଧାଳୁ । ଭାରତରେ ପରବର୍ତ୍ତୀ ସୂର୍ଯ୍ୟପରାଗ ଆସନ୍ତା ୨୦୨୭ ମସିହା ଅଗଷ୍ଟ ମାସରେ ଦେଖାଯିବ ।

LEAVE A REPLY

Please enter your comment!
Please enter your name here