କିଛି ଦିନର ବ୍ୟବଧାନ ପରେ ପୁଣି କେନ୍ଦ୍ରାପଡାରେ ପୋଲିସ ଏନକାଉଣ୍ଟର କରିଛି. ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକ ଗୁରୁତର ହୋଇଛି. ବିଜୟର ବାମ ଗୋଡରେ ଗୁଳି ବାଜିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି. ସୁଲେମାନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ବିଜୟ. ପୋଲିସ ବିଜୟକୁ ଧରିବା ପାଇଁ ଅନେକ ଚେଷ୍ଟା କରିଥିଲା. ମାତ୍ର ସବୁବେଳେ ଅସଫଳ ରହିଥିଲା. ବିଜୟ ନାଁରେ କେନ୍ଦ୍ରାପଡା ସମେତ ବିଭିନ୍ନ ଥାନାରେ 100ରୁ ଅଧିକ ମାମଲା ରହିଛି. ଗତକାଲି ରାତି ପ୍ରାୟ 11ଟା ସମୟରେ 5 ନମ୍ବର ଜାତୀୟ ରାଜପଥ ନିକଟ କଜଳା-ଦୁହୁରିଆ ଛକରେ ପୋଲିସ ବିଜୟକୁ ଗୁଳି କରିଥିଲା. ତା ନିକଟରୁ ମାଉଜର, ବନ୍ଧୁକ ଓ ନକଲି ପରିଚୟ ପତ୍ର ପୋଲିସ ଜବତ କରିଥିବା ସୂଚନା ମିଳିଛି.