ଗତକାଲି କେନ୍ଦ୍ରାପଡାର ବାରିମୂଳ ଠାରେ ନ୍ୟୁଜ୍ ୧୮ ର ପ୍ରତିନିଧି ଅଶେଜ ମଲ୍ଲିକଙ୍କୁ କେନ୍ଦ୍ରାପଡା ଏସପି ନିତୀଶେଖର ସର୍ବସମ୍ମୁଖରେ ର୍ଦୁବ୍ୟବହାର ଏବଂ ମାଡ ମାରିବା ପାଇଁ ହାତ ଉଠାଇଥିଲେ । ଏହାର ପ୍ରତିବାଦରେ ଆଜି ସାରା ଓଡିଶାରେ ସାମ୍ବାଦିକ ମାନେ ପ୍ରତିବାଦ କରିବା ସହ ଏସପିଙ୍କ ବରଖାସ୍ତ ଦାବି କରିଛନ୍ତି । ଭୁବନେଶ୍ୱର ଲୋୟର ପି ଏମ୍ ଜିରେ ଧାରଣାରରେ ବସିଥିଲେ କଳିଙ୍ଗ ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ । ଏଥିରେ ମନୋରଞ୍ଜନ ମିଶ୍ର ,ସୁକାନ୍ତ ରାଉତ ,ଦେବଶ୍ରୀ ମହାନ୍ତି , ବିକ୍ରମ ମହାନ୍ତି ,ପ୍ରତ୍ୟୁଶ ମହାନ୍ତି ,ମଧୁସୂଦନ ରାଜା ମହାନ୍ତି, ନିର୍ମଳ ସେଠି ,ପପୁ ନାୟକ ପ୍ରମୁଖ ଯୋଗଦେଇ ଏସପିଙ୍କ ବରଖାସ୍ତ ଦାବି ପାଇଁ ଦାବିକରିବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବି କରିଛନ୍ତି । ଏଥି ସହିତ ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ଅଧିକାରୀ କାର୍ଯ୍ୟରତ ସାମ୍ବାଦିକଙ୍କୁ ଏଭଳି ଆଚରଣକୁ ସଂଘ ଦୃଢ ନିନ୍ଦା କରିଛି । ସେହିପରି ଏସପିଙ୍କ ଏଭଳି ଆଚରଣକୁ ପ୍ରିତବାଦ କରିଛି ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଏକାଠି ହୋଇ ପ୍ରତିବାଦ କରିବା ସହ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବିଧାନସଭାରେ ମଧ୍ୟ ଦେଖିବାକୁ ମିଳିଛି ସମ୍ବାଦିକଙ୍କୁ ର୍ଦୁବ୍ୟବହାରର ସ୍ୱର । ବିରୋଧୀ ବିଜେପି ବିଧାୟକ ମାନେ ସାମ୍ବଦିକଙ୍କ ର୍ଦୁବ୍ୟବହାରକୁ କଡା ନିନ୍ଦା କରିବାସହ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here