ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତ ନୂଆସାହି ଗାଁ ଘନଶ୍ୟାମ ରଣାସିଆ ନିଜ ରୋଗିଲା ସ୍ତ୍ରୀଙ୍କୁ ପଟା ରିକ୍ସା ସାହାଯ୍ୟରେ ମେଡିକାଲ ଆଣିଛନ୍ତି । କିଛି ଦିନ ପୂର୍ବରୁ ତାଙ୍କ ସ୍ତ୍ରୀ ଆରତୀଙ୍କ ଗୋଡରେ ଘା ହୋଇଥିବା ବେଳେ ଆଜି ସେହି ଘା ଫାଟି ଗୋଡରୁ ରକ୍ତ ନିର୍ଗତ ସହ ଚାଲିବା ମୁସ୍କିଲ ହୋଇପଡିଥିଲା । ପରେ ଘନଶ୍ୟାମ ଆମ୍ବୁଲାନ୍ସ ବିଳମ୍ବ ହେବ କିମ୍ବା ଏବଂ ଅର୍ଥ ଅଭାବରୁ ଅଟୋ କି କାର୍ ଭଡା ନକରିପାରି ନିଜ ଟଲି ରିକ୍ସାରେ ତାଙ୍କ ସ୍ତ୍ରୀଙ୍କୁ ବସାଇ ନୀଳଗିରି ମେଡିକାଲ ଆଣିଥିଲେ । ଅଧିକାଂଶ ଛୋଟ ମୋଟ ରୋଗରେ ଲୋକ ୧୦୮ ଡାକି ଅଯଥାରେ ବଡ ଗୁରୁତର ରୋଗୀଙ୍କୁ ଅସୁବିଧାରେ ପକାଉଛି.

LEAVE A REPLY

Please enter your comment!
Please enter your name here