ବାଲିମେଳା ଏନଏସିରେ ପରିମଳ ବ୍ୟବସ୍ଥା ଏବେ ଏଭଳି ପରିସ୍ଥିତିରେ ପହଞ୍ଚିଲାଣି ଯେ, ବାରମ୍ବାର ଗଣମାଧ୍ୟମରେ ପ୍ରଚାର ପରେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି. ପରିମଳ ବ୍ୟବସ୍ଥା ଧିରେ ଧିରେ ବିପର୍ଯ୍ୟୟ ଆଡକୁ ଗତିକଲାଣି. ଏହି ଅଭିଯୋଗ ପରେ ବି ବାଲିମେଳା ଏନଏସି କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି. ସେଥିପାଇଁ ଏବେ ବାଲିମେଳା ଏନଏସିକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ନିଜେ ଅଣ୍ଟା ଭିଡିଛନ୍ତି 7 ନମ୍ବର ୱାର୍ଡର କାଉନସିଲର ଓ ସ୍ଥାନୀୟ ଯୁବକ. ଗତକାଲି 7 ନମ୍ବର ୱାର୍ଡର କାଉନସିଲର ଲକ୍ଷ୍ମୀ ପଟ୍ଟନାୟକ ସ୍ଥାନୀୟ କିଛି ଯୁବକଙ୍କୁ ନେଇ ବାଲିମେଳା ମାର୍କେଟର ଡ୍ରେନ ସଫା କରିଥିଲେ. ଅନ୍ୟପଟେ ଏହା ଏକ ଦେଖାଣିଆ ରାଜନୀତି ବୋଲି କହିଛନ୍ତି ବାଲିମେଳା ଏନଏସିର ଭାଇସ ଚେୟାରମ୍ୟାନ ଟୁକୁଲୁ ପ୍ରଧାନ. ତେବେ ଏଠାରେ ଏକ ପ୍ରଶ୍ନ ଉଠୁଛି ଯେ, ଏତେସବୁ ପରେ ମଧ୍ୟ କିଭଳି ପ୍ରଶାସନ ଆଖିକୁ ଏହା ନଜର ଆସୁନାହିଁ. ଏହାକୁ ନେଇ ତାହେଲେ କେବେ ଚେତିବ ପ୍ରଶାସନ ?

LEAVE A REPLY

Please enter your comment!
Please enter your name here