ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି ଜଣେ ବୃଦ୍ଧ. ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଛଣିଆ ଗାଁରେ ହୋଇଛି ଏହି ଘଟଣା. ସୂଚନା ଅନୁସାରେ, ବୃଦ୍ଧ ଜଣକ ଶୌଚ କରିବା ପାଇଁ ବାହାରକୁ ଯାଇଥିଲେ. ସେହି ସମୟରେ ହାତୀ ତାଙ୍କ ଉପରେ ଆକ୍ରମଣ କରିଥିଲା. ବହୁତ ସମୟ ଧରି ବୃଦ୍ଧ ଜଣକ ନ ଫେରିବାରୁ ଘରେ ଖୋଜାଖୋଜି ଆରମ୍ଭ କରିଥିଲେ. ପରେ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା. ହାତୀ ଆକ୍ରମଣରେ ବୃଦ୍ଧଙ୍କ ଗୋଡ ଭାଙ୍ଗିଯିବାରୁ ପରିବାର ଲୋକେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଛନ୍ତି.

LEAVE A REPLY

Please enter your comment!
Please enter your name here