ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ସିଲ୍ କଲା ବିଏମସି । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନକୁ ବିଏମସି ସିଲ୍ କରିଛି । ଏବଂ ବହୁ ସଂଖ୍ୟାରେ (23) କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ ବିଏମସି ପକ୍ଷରୁ ଶିକ୍ଷାନୁଷ୍ଠାନକୁ ସିଲ୍ କରାଯାଇଛି । ସିଲ୍ ପରେ ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହାସହିତ କ୍ୟାମ୍ପସ ଭିତରେ ଥିବା ବ୍ୟକ୍ତିଙ୍କୁ ବହାରକୁ ଆସିବାକୁ ବି ବାରଣ କରାଯାଇଛି । ତେବେ ବିଏମସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଔଷଧ ଯୋଗାଇଦେବାକୁ ପଦକ୍ଷେପ ନିଆଯାଇଛି । କେବଳ ବିଏମସି କର୍ମଚାରୀଙ୍କୁ କ୍ୟାମ୍ପସ ଭିତରକୁ ପ୍ରବେଶ ଲାଗି ଅନୁମତି ଦିଆଯାଇଛି । ଶିକ୍ଷାନୁଷ୍ଠାନର ସବୁ ଛାତ୍ର ଓ ଶିକ୍ଷକଙ୍କର ଆଜି କୋଭିଡ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୋଟିଏ ରୁମରେ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here