ଆଜି କୋଲକାତାରେ ପହଞ୍ଚିଛନ୍ତି ବିଶ୍ୱର ପ୍ରସିଦ୍ଧ ତାରକା ଫୁଟବଲ ଖେଳାଳି ଲିଓନେଲ ମେସି । ତାଙ୍କୁ ନେଇ କୋଲାକାତା ସହରରେ ଦର୍ଶକ ଓ ପ୍ରଶଂସକଙ୍କ ମଧ୍ୟରେ ବହୁତ୍ ଉତ୍ସାହ ଦେଖିବାକୁ ମିଳିଛି । ଏହାକୁ ନେଇ ପଶ୍ଚିମବଙ୍ଗର ରାଜ୍ୟପାଳ ସି ଭି ଆନନ୍ଦ ବୋସ ଆର୍ଜେଣ୍ଟିନାର ଏହି ଷ୍ଟାର ଖେଳାଳିଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ ସେ ରାଜ୍ୟ ସରକାରଙ୍କଠୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ଅଧିକାରୀ କହିଛନ୍ତି, ଅନେକ ଫୁଟବଲ ପ୍ରେମୀ , ଟିକେଟ୍ ମୂଲ୍ୟ ବହୁତ ମହଙ୍ଗା ଥିବା ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଏବଂ ଟିକେଟ୍ ଏତେ ମହଙ୍ଗା ପାଇଁ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବାର ସୁଯୋଗ ମଧ୍ୟ ପାଇଲେ ନାହିଁ । ଏହି ଅଭିଯୋଗ ଆଧାରରେ ରାଜ୍ୟପାଳ ମମତା ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ।ରାଜ୍ୟପାଳ , ମେସିଙ୍କ କୋଲାକାତା ଯାତ୍ରାରେ ରାଜ୍ୟ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ସାଧାରଣ ଜନତାଙ୍କ ଭାବନାର ମୂଲ୍ୟ ଉପରେ ଅର୍ଥ ରୋଜଗାର କରିବା ପାଇଁ ଅନୁମତି କିଏ ଦେଇଛି । ଲୋକଭବନର ଜଣେ ଅଧିକାରୀ କହିଛନ୍ତି ଯେ, ଲୋକ ଭବନକୁ ଫୁଟବଲ ପ୍ରେମୀଙ୍କ ଅନେକ ଫୋନ କଲ୍ ଏବଂ ଇମେଲ୍ ଆସିଥିଲା । ଏଥିରେ ଅଭିଯୋଗ କରାଯାଇଥିଲା ଯେ, ମେସିଙ୍କ ମ୍ୟାଚ୍ ଟିକେଟ୍ ମୂଲ୍ୟ ଏତେ ମହଙ୍ଗା ଯେ, ସେମାନେ ଚାହିଁଲେ ବି କିଣି ପାରିବେ ନାହିଁ । ରାଜ୍ୟପାଳ ଜାଣିବାକୁ ଚାହିଁଛନ୍ତି ଯେ, ଏମିତି କାହିଁକି କରାଗଲା । ମେସି ସଲ୍ଟ ଲେକ୍ ଷ୍ଟାଡିୟମରେ ଆୟୋଜିତ ଏକ ସମ୍ମାନ ସମାରୋହରେ ଯୋଗ ଦେବେ । ଏଥିରେ ସଙ୍ଗୀତ, ନୃତ୍ୟ କାର୍ଯ୍ୟକ୍ରମ ସହିତ ମୋହନ ବାଗ ମେସି ଅଲ ଷ୍ଟାର୍ସ ଓ ଡାଇମଣ୍ଡ ମେସି ଅଲ ଷ୍ଟାର୍ସ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯିବ । ଅଧିକାରୀ କହିଛନ୍ତି, ରାଜ୍ୟପାଳ ଏହା ଜାଣି ଚକିତ ଯେ, କେବଳ ଯିଏ ଅଧିକ ଦାମ ଦେଇ ଟିକେଟ୍ କିଣି ପାରିବ ସେ ହିଁ ପ୍ରସିଦ୍ଧ ଫୁଟବଲ ଖେଳାଳି ମେସିଙ୍କୁ ଦେଖି ପାରିବ ।ସେ କହିଛନ୍ତି, ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସେହି ବ୍ୟକ୍ତି ଓ ସଂସ୍ଥାର ବିସ୍ତୃତ ରିପୋର୍ଟ ମାଗିଛନ୍ତି, ଯିଏ ମେସିଙ୍କ ଗସ୍ତରୁ ଫାଇଦା ଉଠାଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି । ସାଧାରଣ ଲୋକଙ୍କୁ ମେସିଙ୍କୁ ଦେଖିବା ପାଇଁ କଣ ପାଇଁ ରୋକା ଯାଉଛି । ମେସି ଶନିବାର ନିଜର ଜିଓଏଟି ଭାରତ ଗସ୍ତ-୨୦୨୫ର ଆରମ୍ଭ ପ୍ରାୟୋଜକଙ୍କ ସହିତ ଏକ ଅଭିନନ୍ଦନ କାର୍ଯ୍ୟକ୍ରମ ଜରିଆରେ କରିଛନ୍ତି । ଏହା ପରେ ସଲ୍ଟ ଲେକ ଷ୍ଟାଡିୟମରେ ଆୟୋଜିତ ସମାରୋହରେ ଯୋଗ ଦେଇଥିଲେ । ମେସି ନିଜର ଷ୍ଟ୍ରାଇକ ପାର୍ଟନର ଲୁଇସ ସ୍ୱରାଜେ ଓ ଆର୍ଜେଣ୍ଟିନାର ଖେଳାଳି ରୋଡ୍ରିଗ ଡି ପଲଙ୍କ ସହିତ କୋଲକାତା ପହଞ୍ଚିଛନ୍ତି । ଏହି ତିନି ଫୁଟବଲ ତାରକା କୋଲକାତାରେ ଶାହରୁଖ ଖାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାରେ ଥିଲା କିନ୍ତୁ ଶାହରୁଖ ଖାନ କର୍ଯ୍ୟକମରେ ଯୋଗ ଦେଇ ନାହାନ୍ତି ।

LEAVE A REPLY

Please enter your comment!
Please enter your name here