ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀସ୍ଥିତ କାଞ୍ଚ କ୍ଲବ ସାମନାରେ ତିନିଜଣ ଯୁବକ ଖୁଲମଖୁଲା ବନ୍ଧୁକ ଫୁଟେଇ କ୍ଲବର ତିନିଜଣ ବାଉନସରଙ୍କୁ ଧମକ ଦେଇଛନ୍ତି । ସିସିଟିଭିରେ ଏହି ବନ୍ଧୁକଧାରୀ ତିନି ଯୁବକଙ୍କ କାରନାମା ରେକର୍ଡ ହୋଇଛି । ସିସିଟିଭି ଫୁଟେଜରେ ରେକର୍ଡ ଅନୁଯାୟୀ ତିନିଜଣ ଯୁବକ ଚାଲି ଚାଲି କ୍ଲବ ସମାନକାୁ ଆସିଥିଲେ । କ୍ଲବ ସାମନାରେ ଥିବା ତିନିଜଣ ବାଉନସରଙ୍କୁ ଗାଳି କରିବା ସହ ଆଣ୍ଠେଇବାକୁ କହିଥିଲେ । ନ ହେଲେ ସେମାନଙ୍କୁ ଗୁଳି କରିଦେବାକୁ ଧମକ ଦେଇଥିଲେ । ତିନି ବାଉନସରଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିଲେ । ତିନିଜଣ ଯୁବକଙ୍କ ମଧ୍ୟରୁ ଦୁଇଜଣଙ୍କ ହାତରେ ବନ୍ଧୁକ ରହିଥିଲା । ସେମାନେ ତିନି ରାଉଣ୍ଡ ବ୍ଲାଙ୍କ ଫାୟାର କରିଥିଲେ । ଏହି ଘଟଣାରେ ପୋଲିସ ସାହରୁଖ ଖାନ୍ ନାମକ ଯୁବକକୁ ଚିହ୍ନଟ କରି ଗିରଫ କରିଛି । ଅନ୍ୟ ଦୁଇଜଣଙ୍କୁ ପୋଲିସ ଖୋଜୁଛି ।

LEAVE A REPLY

Please enter your comment!
Please enter your name here