Figures merge female to male

ଦେଶ ସ୍ୱାଧୀନ ପରେ ପ୍ରଥମ ଥର ପାଇଁ ପୁରୁଷ ମାନଙ୍କ ଠାରୁ ମହିଳା ମାନଙ୍କର ସଂଖ୍ୟା ଅଧିକ । ପଞ୍ଚମ ପର୍ଯ୍ୟାୟ ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଏନଏଫଏଚଏସରୁ ଏହି ସୂଚନା ପ୍ରକାଶ ପାଇଛି । ନୂତନ ସର୍ଭେ ଅନୁଯାୟୀ ଏବେ ଭାରତରେ ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କର ସଂଖ୍ୟା ୧୦୨୦ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିଲିଜ କରିଥିବା ଏହି ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଏହି ତଥ୍ୟ ପ୍ରକାଶ ପାଇଛି । ଏହା ପୂର୍ବରୁ ୨୦୧୫-୧୬ରେ ଏନଏଫଏଚଏସ ଚତୁର୍ଥ ପର୍ଯ୍ୟାୟ ସର୍ବେକ୍ଷଣରେ ପ୍ରତି ୧୦୦୦ ପୁରୁଷରେ ୯୫୧ ଜଣ ମହିଳା ଥିଲେ । କିନ୍ତୁ ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କର ସଂଖ୍ୟା ବୃଦ୍ଧି ପାଇଛି । ଗ୍ରାମଞ୍ଚଳରେ ଲିଙ୍ଗ ଅନୁପାତରେ ହାର ପ୍ରତି ୧୦୦୦ ପୁରୁଷରେ ୧୦୩୭ ବୋଲି ରିପୋର୍ଟରୁ ଜଣାପଡିଛି । ସର୍ଭେ ଅନୁଯାୟୀ, ୨୩ଟି ରାଜ୍ୟରେ ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୧୦୦୦ରୁ ଅଧିକ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here