ଗଞ୍ଜେଇ ଚୋରା ଚାଲାଣ ବେଳେ ରାୟଗଡା ରେଳବାଇ ପୋଲିସ ଜଣଙ୍କୁ ଗିରଫ କରିଛି. ଗିରଫ ଅଭିଯୁକ୍ତ ଜଣଙ୍କ ମହମ୍ମଦ ମୁଜାହୁଦିନ କୁରେସି ବୋଲି ଜଣାପଡିଛି. ତା ଠାରୁ 21 କିଲୋ 9 ଶହ ଗ୍ରାମର ଗଞ୍ଜେଇ ଜବତ ହୋଇଛି ଏବଂ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ 1 ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି. ତେବେ ରାୟଗଡା ଷ୍ଟେସନରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଦୁଇଟି ଟ୍ରଲି ବ୍ୟାଗ ଉପରେ ନଜର ପଡିଥିଲା. ପରେ ତାକୁ ରାୟଗଡାରୁ ଦିଲ୍ଲୀ ଚାଲାଣ ବେଳେ ପୋଲିସ ହାତରେ ଧରା ପଡିଥିଲା ଅଭିଯୁକ୍ତ ମୁଜାହୁଦିନ. ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି.

LEAVE A REPLY

Please enter your comment!
Please enter your name here