ରାଜ୍ୟରେ ମହମ୍ମଦ ମୋକିମ ନିଜ ନୂଆ ଦଳର ନାମ ମଧ୍ୟ ସ୍ଥିର କରିସାରିଛନ୍ତି,ଖାଲି ଘୋଷଣାକୁ ବାକି ରହିଛି । ଯୁବ ସମାବେଶ ପରେ ଏବେ ମହିଳା ଓ କୃଷକଙ୍କୁ ଏକାଠି କରିବେ ମହମ୍ମଦ ମୋକିମ । ଆସନ୍ତା ଜାନୁଆରୀ ୩୦ ତାରିଖରେ ମହିଳା ସମାବେଶ ଅନୁଷ୍ଠିତ ହେବ ,ଏହା ପରେ ଫେବ୍ରୁଆରୀ ୫ ତାରିଖରେ କୃଷକ ସମାବେଶ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ମୋକିମ । ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଓଡ଼ିଶା କେନ୍ଦ୍ରିକ ଦଳ, ସେ ଯେହେତୁ କଂଗ୍ରେସ ଦଳରୁ ଆସିଛନ୍ତି ସେଥିପାଇଁ ନୂତନ ଦଳର ନାମ ଓଡ଼ିଶା ଜନତା କଂଗ୍ରେସ କିମ୍ବା ଓଡ଼ିଶା ଲୋକ କଂଗ୍ରେସ ହୋଇପାରେ । ଆଗକୁ ପଞ୍ଚାୟତ ନିର୍ବାଚନ ନେଇ ଦଳର ପଞ୍ଜିକରଣ ନେଇ ପ୍ରସ୍ତୁତି ଜାରି ରହିଛି, ଖୁବ ଶୀଘ୍ର ନିର୍ଣ୍ଣାୟକ ନିଷ୍ପତ୍ତିରେ ପହଞ୍ଚିବୁ ବୋଲି ମୋକିମ୍ କହିଛନ୍ତି । ସୋଫିଆ ଫିର୍ଦ୍ଦୋସ୍ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନେଇ ବାପା ମୋକିମ୍ ସ୍ପଷ୍ଟିକରଣ ଦେଇଛନ୍ତି । ଯେହେତୁ ସୋଫିଆ ମୋକିମ ଫାଉଣ୍ଡେସନର ଟ୍ରଷ୍ଟି ଅଛନ୍ତି ସେଥିପାଇଁ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ।














