ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଭୟଙ୍କର ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଚେଲା କୁମାର । ପିସିସି ପ୍ରଭାରୀ ଚେଲା କୁମାର କହିଛନ୍ତି, ଆଜି ନବ ଦାସଙ୍କୁ ହତ୍ୟା କରାଗଲା, ଆଗକୁ ଆଉ କେହି ବଳି ପଡି ପାରନ୍ତି । ବିଜେଡି ନେତାଙ୍କୁ ସତର୍କ କରାଇ ଚେଲା କୁମାର କହିଛନ୍ତି, ଯିଏ ସତ କହିବ, ତା ସ୍ବରକୁ ଏମିତି ଦବେଇ ଦିଆଯିବ । ବିଶେଷ କରି ବିଜେଡିର ଦ୍ବିତୀୟ ଓ ତୃତୀୟ ସ୍ତରର ନେତା ସତର୍କ ରହିବାକୁ ସେ ଚେତାଇ ଦେଇଛନ୍ତି । ନବ କିଶୋର ଦାସ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ ବୋଲି ଚର୍ଚ୍ଚା ହେଉଛି, ଯେଉଁଥିପାଇଁ ତାଙ୍କୁ ରାସ୍ତାରୁ ହଟେଇବା ପାଇଁ ଏଭଳି ଷଡଯନ୍ତ୍ର କରାଯାଇଥାଇପାରେ ବୋଲି ସେ ଆଶଙ୍କା କରିଛନ୍ତି ।

LEAVE A REPLY

Please enter your comment!
Please enter your name here