ଶନିବାର ସାରା ଦେଶରେ ପାଳିତ ହେବ 70ତମ ଗଣତନ୍ତ୍ର ଦିବସ. ଏ ନେଇ ସବୁ ଜିଲ୍ଲାରେ ପ୍ରସ୍ତୁତି ସରିଛି ଏବଂ କେଉଁ ମନ୍ତ୍ରୀ କେଉଁଠି ଯୋଗ ଦେବେ ତାର ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି. ଗ୍ରାମ୍ୟ ଉନ୍ନୟନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କନ୍ଧମାଳରେ ପତକାତ୍ତୋଳନ କରିବେ. ଅନ୍ୟପଟେ ମୟୁରଭଞ୍ଜରେ ଯୋଜନା ଓ ସମନ୍ୱୟ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଉଷା ଦେବୀ, ଗଜପତି ଜିଲ୍ଲାରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ବାଲେଶ୍ୱରରେ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ନୂଆପଡାରେ ଗୃହ ନିର୍ମାଣ, ନଗରଉନ୍ନୟନ ଓ ଜଳ ସଂପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯାଜପୁରରେ ମହିଳା ଏବଂ ଶିଶୁ ବିକାଶ, ମିଶନ ଶକ୍ତି, ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପତକାତ୍ତୋଳନ କରିବେ.  ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଢେଙ୍କାନାଳଠାରେ ପତକାତ୍ତୋଳନ କରିବାକୁ ଥିବା ବେଳେ ଅର୍ଥ, ଅବକାରୀ, କୃଷି, ମତ୍ସ୍ୟ, ପଶୁସମ୍ପଦ ମନ୍ତ୍ରୀ ଶଶିଭୂଷଣ ବେହେରା ପୁରୀରେ ପତକା ଉତ୍ତୋଳନ କରିବେ. ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ୍‌, ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କଳାହାଣ୍ଡିରେ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଅନୁଗୁଳରେ, ଇସ୍ପାତ, ଖଣି ଓ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସମ୍ୱଲପୁରଠାରେ ପତକାତ୍ତୋଳନ କରିବେ. ସେହିଭଳିରାୟଗଡାଠାରେ ପର୍ଯ୍ୟଟନ, ଓଡିଆ ଭାଷା,ସାହିତ୍ୟ ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୁନ୍ଦରଗଡଠାରେ ହସ୍ତତନ୍ତ, ବୟନ ଏବଂ ହସ୍ତକଳା ରାଷ୍ଟ୍ରମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ନବରଙ୍ଗପୁରରେ ବାଣିଜ୍ୟ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ, ମାଲକାନଗିରିରେ ଶ୍ରମ ଏବଂ ଇଏସଆଇ ରାଷ୍ଟ୍ର ମନ୍ତ୍ରୀ ସୁଶାନ୍ତ ସିଂହ, ଗଞ୍ଜାମରେ ଉଚ୍ଚଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନନ୍ତ ଦାସ, କୋରାପୁଟରେ କ୍ରୀଡା ଓ ଯୁବସେବା, ଆଇଟି ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପତକାତ୍ତୋଳନ କରିବେ. ବ୍ରହ୍ମପୁରଠାରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର, ରାଉରକେଲାରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ଭଦ୍ରକ, ବଲାଙ୍ଗିର,ବରଗଡ, ବୌଦ୍ଧ, ଦେବଗଡ, ଜଗତସିଂହପୁର, ଝାରସୁଗୁଡା, କେନ୍ଦ୍ରାପଡା, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ ଏବଂ ସୋନପୁରଠାରେ ଉକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ପତକା ଉତ୍ତୋଳନ କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି.

LEAVE A REPLY

Please enter your comment!
Please enter your name here