ଗଣଶିକ୍ଷା ବିଭାଗର ମୋ ସ୍କୁଲ ପରେ ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟରେ ଆରମ୍ଭ କରିବ  ମୋ କଲେଜ ଅଭିଯାନ । କଲେଜର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ଆଉ ଲୋକାଭିମୂଖୀ କରାଇବାକୁ ଏହି ମୋ କଲେଜ ଯୋଜନା ଆରମ୍ଭ ହେବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । କଲେଜର କିପରି ଉନ୍ନତି କରାଯିବ ଏବଂ କିପରି କଲେଜରେ ଶୌକ୍ଷିକ ବାତାବରଣ ରହିବ ଏଥି ପାଇଁ ସରକାରଙ୍କ ସହ ଅଭିଭାବକ ମାନେମଧ୍ୟ ଚିନ୍ତା କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ସ୍କୁଲ ସ୍ଥରରେ ଯେପରି ଗଣଶିକ୍ଷା ବିଭାଗ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ମୋ ସ୍କୁଲ ଅଭିଯାନ ଚଳାଇଥିଲେ ସେହିପରି କଲେଜର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ମୋ କଲେଜ ଅଭିଯାନ ଆରମ୍ଭ କରାଯିବ । ୨୦୧୭ ନଭେମ୍ବର ୧୪ରେ ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଥିଲେ । ଏହା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ମାନେ ନିଜ ସ୍କୁଲର ଉନ୍ନତି ଲାଗି ପ୍ରଚେଷ୍ଟା କରିଥିଲେ । ଏବଂ ଉକ୍ତ ଯୋଜନା ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନକରିବାର ବ୍ୟବସ୍ତା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here