କ୍ଲୋଜନେସ – ଆଟ୍ରାକ୍ସନ = ଫ୍ରେଣ୍ଡସିପ, କ୍ଲୋଜନେସ + ଆଟ୍ରାକ୍ସନ = ରୋମାଣ୍ଟିକ ଲଭ୍ ଓ ଆଟ୍ରାକ୍ସନ – କ୍ଲୋଜନେସ = କ୍ରଶ୍. ବାସ, ଶ୍ରେଣୀଗୃହରେ ଏହି ଫର୍ମୁଲାର ଜ୍ଞାନ ଦେଉଛନ୍ତି ଗଣିତ ଅଧ୍ୟାପକ. ଏଭଳି ଘଟଣା ସାମ୍ନାକୁ ଆସିଛି ହରିୟାଣା କରନାଲର ଏକ ମହିଳା ମହାବିଦ୍ୟାଳୟରେ. ଶ୍ରେଣୀରେ ଯେତେବେଳେ ଅଧ୍ୟାପକଜଣଙ୍କ ଛାତ୍ରୀମାନଙ୍କୁ ଏହି ଫର୍ମୁଲା ଶିଖାଉଥିଲେ, ସେହି ସମୟରେ ଜଣେ ଛାତ୍ରୀ ମୋବାଇଲରେ ଏହାର ପୂରା ଭିଡିଓ ସୁଟ କରିଥିଲେ. ପରେ ଏହାକୁ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଦେଖାଇଥିଲେ. ଏହା ଦେଖିବା ପରେ ଅଧ୍ୟାପକ ଚରଣ ସିଂହଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି. ତେବେ ଭିଡିଓରେ ପ୍ରଫେସର ଜଣକ ହିନ୍ଦୀରେ ପଢାଉଥିବା ନଜର ଆସିଛି. ଏହାଛଡା ପ୍ରତି ଶବ୍ଦର ଅର୍ଥ ବୁଝାଇବା ସହ ପରିଣତ ବୟସରେ ପତି ଓ ପତ୍ନିଙ୍କ ମଧ୍ୟରେ କିପରି ଆକର୍ଷଣ କମିଯାଇଥାଏ, ତାକୁ ମଧ୍ୟ ବୁଝାଉଥିବା ଦେଖିବାକୁ ମିଳିଛି.

 

 

LEAVE A REPLY

Please enter your comment!
Please enter your name here