ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନିଜ ପିଠିରେ ବନେଇଛନ୍ତି 560 ଜଣ ଭାରତୀୟ ଯବାନଙ୍କ ଟାଟୁ. ତେବେ ସମସ୍ତେ ନିଜ ପ୍ରେମିକ ଓ ପ୍ରେମିକାଙ୍କ ନା ରେ ଟାଟୁ ବନେଇଥିବା  ଆପଣମାନେ ସବୁବେଳେ ଦେଖିଥିବେ. ହେଲେ ଜଣେ 30 ବର୍ଷ  ଇଣ୍ଟେରିୟର ଡିଜାଇନର ଅଭିଷେକ ଗୌତମ ଯିଏ ନିଜ ପିଠିରେ 593ଟି ଟାଟୁ ବନେଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ 560 ଜଣ ଶହୀଦ ଯବାନଙ୍କ ଟାଟୁ ଥିବା ସେ କହିଛନ୍ତି. କାରଗିଲ୍ ଯୁଦ୍ଧରେ ଶହୀଦ ହୋଇଥିବା ଯବାନ୍ ହୁଅନ୍ତୁ କିମ୍ବା ନିକଟ ଅତୀତରେ ଶହୀଦ ହୋଇଥିବା ଯବାନ, ପ୍ରାୟ ସମସ୍ତଙ୍କ ଟାଟୁ ସେ ନିଜ ପିଠିରେ ବନେଇସାରିଛନ୍ତି. ତେବେ ଶହୀଦଙ୍କ ଛଡା ସେ ପିଠିରେ ସ୍ୱାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀ, ଭଗତ ସିଂଙ୍କ ଟାଟୁ ମଧ୍ୟ କରିଛନ୍ତି. ଯାହାକୁ କରିବା ପାଇଁ ତାଙ୍କୁ 8 ଦିନ ସମୟ ଲାଗିଛି. ହାପୁରର ଅଭିଷେକ ପ୍ରତିଦିନ 6 ଘଣ୍ଟା ଧରି ଏହି ଟାଟୁ କରନ୍ତି. ତାଙ୍କ ମତ ଅନୁସାରେ, ସମସ୍ତେ ନିଜ ଟାଟୁରେ ନିଜ ଜୀବନ ସାଥୀ ନା ଲେଖାଇଥାନ୍ତି. ମାତ୍ର ମୋ ମତରେ ଯିଏ ଆମ ଦେଶକୁ ସୁରକ୍ଷା ଦେଉଛନ୍ତି, ଏପରିକି କେତେ ଯବାନ ଦେଶ ପାଇଁ ଶହୀଦ ମଧ୍ୟ ହୋଇସାରିଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ସେ ଏହି ଟାଟୁ କରିଥିବା ପ୍ରକାଶ କରିଛନ୍ତି. ତେବେ ପୂର୍ବ ବର୍ଷ ସେ ନିଜ ସାଙ୍ଗମାନଙ୍କ ସହ ଲେହ ଲାଦାଖ ଯାଇଥିଲେ ଏବଂ ପୂରା ଯାତ୍ରାକୁ ଭାରତୀୟ ଯବାନ ମାନେ ସୁରକ୍ଷା ଦେଇଥିଲେ. ଏହାଛଡା ଅଭିଷେକଙ୍କ ଜଣେ ସାଙ୍ଗକୁ ମଧ୍ୟ ସେହି ଯବାନମାନେ ଏକ ବିପଦରୁ ବଞ୍ଚାଇଥିଲେ. ସେବେଠାରୁ ସେହି ଯବାନମାନଙ୍କ ପ୍ରତି ତାଙ୍କ ମନରେ ଭକ୍ତି ଆସିଥିଲା ଏବଂ ସେମାନଙ୍କୁ ସବୁଦିନ ନିଜ ମନରେ ରଖିବା ଉଦ୍ଦେଶ୍ୟରେ ସେ କିଛି କରିବା ପାଇଁ ନିଷ୍ପତ୍ତି ନେଇଥିଲେ. ତା ପରେ ସେ ଦିଲ୍ଲୀର ଜଣେ ଟାଟୁ ଆର୍ଟିଷ୍ଟଙ୍କ ସହ ଯୋଗାଯୋଗ କରି ଏହି ଟାଟୁ ବନେଇବା ଆରମ୍ଭ କଲେ. ତେବେ ଟାଟୁ କରିବା ପୂର୍ବରୁ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ ଏବଂ ଲମ୍ବା ସମୟ ଧରି ଟାଟୁ କଲେ ଶରୀରରେ ପ୍ରତିକ୍ରିୟା ଦେଖାଦେଇପାରେ ବୋଲି ଡାକ୍ତର କହିଥିଲେ. ଅଭିଷେକଙ୍କୁ ଏହା ନ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ସେ ଡାକ୍ତରଙ୍କ କଥା ନ ମାନି ନିଜ ପିଠିରେ ଟାଟୁ ବନାଇଥିଲେ.

LEAVE A REPLY

Please enter your comment!
Please enter your name here