ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ନେଇ ଲଣ୍ଡନ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦୀକୁ ଶେଷରେ ଗିରଫ କରିଛି ପୋଲିସ. ଲଣ୍ଡନର ୱେଷ୍ଟମିଂସ୍ତର କୋର୍ଟରେ ମୋଦୀକୁ ହାଜର କରାଯିବ ଯେଉଁଠାରେ ସେ ଜାମିନ ପାଇଁ ଆବେଦନ କରିପାରେ ବୋଲି କୁହାଯାଉଛି. ମୋଦୀ ଖିଲାପରେ ଲଣ୍ଡନ କୋର୍ଟ ଇଡିର ଅନୁରୋଧ ରକ୍ଷା କରି ଗିରଫ ୱାରେଣ୍ଟ ଜାରି କରିଥିଲେ. ତଦନ୍ତ ଏଜେନ୍ସିଙ୍କୁ ୱେଷ୍ଟମିଂସ୍ତର କୋର୍ଟଙ୍କ ଦ୍ୱାରା ଜାରି କରାଯାଇଥିବା ୱାରେଣ୍ଟ ବିଷୟରେ ପ୍ରଥମେ ଅବଗତ କରାଯାଇଥିଲା. କିଛି ଦିନ ପୂର୍ବରୁ ଏହା ଜାରି କରାଯାଇଥିଲା ଏବଂ ପରେ ଇଡିକୁ ସୂଚନା ଦିଆଯାଇଥିଲା ବୋଲି ଅଧିକାରୀ କହିଛନ୍ତି. ବହୁତ ଜଲଦି ମୋଦୀକୁ ଭାରତ ଅଣାଯିବ ବୋଲି ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here