ବଲିଉଡର ଦବଙ୍ଗ ସଲମାନ୍ ଖାନ୍ ଜଣେ ଏମିତି ଷ୍ଟାର ଯାହାଙ୍କ ଫ୍ୟାନ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦବଙ୍ଗ ଖାନଙ୍କ ଫ୍ୟାନ ମାନେ ନିଜର ପ୍ରିୟ ହିରୋଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । ସଲମାନଙ୍କ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗୁଛି । ତେବେ ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ତାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିନ୍ତ । ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ସେ ତାଙ୍କ ଭଲାପାଇବାକୁ ପରିପ୍ରକାଶ କରିଛନ୍ତି । ନିଜ ଗୋଡର ପାଦରେ ସେ ସଲମାନଙ୍କ ଛବି ଆଙ୍କିଛନ୍ତି । ଯାହାକୁ ଦେଖିଲେ ଆପଣ ମାନେ ଭାବୁକ ହୋଇପଡିବେ । ଏହି ଭିଡିଓକୁ ଏବେ ସୁଦ୍ଧା ୨ଲକ୍ଷ ୫୧ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି ।

LEAVE A REPLY

Please enter your comment!
Please enter your name here