ଆରପାରିରେ ଅରବିନ୍ଦ ତ୍ରିବେନ୍ଦୀ । ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରୁଥିଲେ ଅରବିନ୍ଦ ତ୍ରିବେନ୍ଦୀ । ରାବଣ ଭୂମିକାରେ ବେଶ ପ୍ରଶଂସା ସାଉଁଟିଥିଲେ ଅରବିନ୍ଦ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇର ଦହାନୁକରୱାଡି ଶ୍ମଶାନ ଘାଟରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଅରବିନ୍ଦ ତ୍ରିବେଦୀଙ୍କ ଦେହାନ୍ତ ନେଇ ତାଙ୍କ ପୁତୁରା କୌସ୍ତୁଭ ତ୍ରିବେଦୀ ସୂଚନା ଦେଇଛନ୍ତି । ହୃଦ୍‌ଘାତ କାରଣରୁ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି। ସେ ଟିଭି ଧାରାବାହିକ ‘ବିକ୍ରମ ବେତାଳ’ରେ ମଧ୍ୟ ନଜର ଆସିଥିଲେ।
ଗୁଜୁରାଟର ରଙ୍ଗମଞ୍ଚରୁ ସେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଅରବିନ୍ଦ । ଉଚ୍ଚକୋଟୀର ଅଭିନୟ ପାଇଁ ଅରବିନ୍ଦ ତ୍ରିବେଦୀ ବହୁବାର ପୁରସ୍କୃତ ମଧ୍ୟ ହୋଇଥିଲେ। ସେ ପ୍ରାୟ ୩୦୦ ହିନ୍ଦୀ ଓ ଗୁଜରାଟୀ ଫିଲ୍ମୀରେ ଅଭିନୟ କରିଥିଲେ। ୨୦୦୨ରେ ସେ ସେଣ୍ଟ୍ରାଲ ବୋର୍ଡ ଫର ଫିଲ୍ମ ସାର୍ଟିଫିକେଶନର ଆକ୍ଟିଂ ଚେୟାରମ୍ୟାନ ହୋଇଥିଲେ। ୧୯୯୧ରେ ସେ ଭାରତୀୟ ଜନତା ପାର୍ଟିର ଟିକେଟ୍‌ରେ ସାଂସଦ ମଧ୍ୟ ହୋଇଥିଲେ । କରୋନା ଲକ୍‌ଡାଉନ୍ ସମୟରେ ‘ରାମାୟଣ’ ପ୍ରସାରଣ କରାଯାଇଥିଲା, ଯାହାକି ପୁଣିଥରେ ଚର୍ଚ୍ଚାକୁ ଆସିଥିଲା।

LEAVE A REPLY

Please enter your comment!
Please enter your name here