କରୋନାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ ରହିଛି । କରୋନା ମୁକାବିଲା ପାଇଁ ସମସ୍ତେ ଏକଜୁଟ ହୋଇ ଲଢେଇ କରୁଛନ୍ତି । କିନ୍ତୁ ଏହି ପରିସ୍ଥିତିରେ ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ମାନସିକ ସ୍ତରରେ ବି ହଇରାଣ କରିବାରେ ମଧ୍ୟ ପଛଉ ନାହାନ୍ତି । ରାଜଧାନୀ ଦିଲ୍ଲୀରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ମହିଳାଙ୍କୁୁ କରୋନା କହି ଚିଡେଇଛନ୍ତି । କେବଳ ସେତିକି ନୁହେଁ ମହିଳାଙ୍କ ଉପରେ ଗୁଟଖା ଛେପ ବି ପକାଇଛନ୍ତି । ଏହି ଘଟଣା ଉତ୍ତର ଦିଲ୍ଲୀ ବିଜୟ ନଗର ଅଞ୍ଚଳର । ରବିବାର ରାତିର ଏହି ନିନ୍ଦନୀୟ ଘଟଣା । କାଲି ଜନତା କଫ୍ୟୁ ପରେ ଏହି ଘଟଣା ଘଟିଛି । ବିଶ୍ୱ ସଙ୍କଟ ସମୟରେ ଏପରି ଘଟଣା ଅତ୍ୟନ୍ତ ଲଜ୍ଜାଜନକ । ଦିଲ୍ଲୀର ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଏହି ମାମଲାରେ ଖୁବ ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ କହିଛନ୍ତି ଅତି ଶୀଘ୍ର ଦୋଷୀକି ଧରାଯାଉ ଏବଂ ତା ବିରୁଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଆମେ ସମସ୍ତେ ଏହି ମହାମାରୀ ସମୟରେ ଏକାଠି ହେବା ଦରକାର । ମହିଳା ଥାନାରେ ସମ୍ପୃକ୍ତ ଯୁବକଙ୍କ ବିରୁଧରେ ଏକ ଏତଲା ଦେଇଛନ୍ତି । ପୁଲିସ ଧାରା ୫୦୯ରେ ଏକ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here