ଲୋକପ୍ରିୟ ମ୍ୟୁଜିକ୍ ରିୟଲିଟି ସୋ ‘ଇଣ୍ଡିଆନ ଆଇଡଲ’ ର ୧୨ ତମ ସଂସ୍କରଣରେ ବିଜେତା ହୋଇଛନ୍ତି ପୱନଦୀପ ରାଜନ । ରବିବାର ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ତାଙ୍କୁ ପିନ୍ଧାଯାଇଛି ବିଜୟ ମୁକୁଟ । ଟ୍ରଫି ସହ ରାଜନଙ୍କୁ ମିଳିଛି ୨୫ ଲକ୍ଷ ଟଙ୍କା ଏବଂ ମାରୁତି ସୁଇଫ୍ଟ କାର୍ । ୱିନର ହେବା ପରେ ରାଜନ ଏକ ଗଣମାଧ୍ୟମକୁ ପ୍ରତିକ୍ରୀୟା ଦେଇ କହିଛନ୍ତି ଯେ, ମୁଁ ୱିନର କେବେ ସ୍ୱପ୍ନରେ ଭାବିନଥିଲି । ମୁଁ ସବୁବେଳେ ଭାବେ କି ଯିଏ ବି ଏହି ସୋର ୱିନର ହେବ ମୋର କୋଉ ଭାଇ ହାତକୁ ଟ୍ରଫି ଯିବ । କାହିଁକି ନା ଆମର ଇଏ ବି ଗୋଟିଏ ପରିବାର ଭଳି । ମିଳିଥିବା ଟଙ୍କାକୁ ନେଇ ସେ ଉତ୍ତରାଖଣ୍ଡରେ ପିଲାଙ୍କ ପାଇଁ ଏକ ମ୍ୟୁଜିକ୍ ସ୍କୁଲ ଖୋଲିବେ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ମୁଁ ପ୍ରଥମେ ଅଡିସନ୍ ଦେବାକୁ ଇଣ୍ଡିଆନ୍ ଆଇଡଲ ମଞ୍ଚକୁ ଆସିଥିଲେ ସେତେବେଳେ ମୁଁ ବହୁତ ନର୍ଭସ ଥିଲି । ଭାବୁଥିଲି ସିଲେକ୍ଟ ହେବି କି ନାହିଁ । କାହିଁକି ବହୁତ ଟ୍ୟାଲେଣ୍ଟେଡ ସିଙ୍ଗର ସବୁ ଆସିଥିଲେ । ଏବେ କରଣ ଜୋହରଙ୍କ ଅଫରକୁ ଅପେକ୍ଷା କରିଛନ୍ତି ରାଜନ୍ । ଯେତେବେଳେ କରଣ ଜୋହର ସୋ’ କୁ ଆସିଥିଲେ ଧର୍ମା ପ୍ରଡକ୍ସନ ପାଇଁ ଗୀତ ଗାଇବା ପାଇଁ ସେ ମୋତେ ଅଫର ଦେଇଥିଲେ । କେବେ ସେ ଦିନ ଆସିବ ତାକୁ ଅପେକ୍ଷା । ୨୦୨୦ ନଭେମ୍ବର ୨୮ରେ ୧୫ଜଣ କଣ୍ଠଶିଳ୍ପୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ରିୟଲିଟି ସୋ’ର ଦ୍ବାଦଶ ସଂସ୍କରଣ ସ୍ବାଧୀନତା ଦିବସରେ ଶେ‌ଷ ହୋଇଛି । ଏହି ସୋ’ରେ ଅରୁଣିତା କାଞ୍ଜିଲାଲ୍ ଓ ସାୟଲି କମ୍ବଲେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ରନର୍ସ-ଅପ୍ ହୋଇ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି । ପୱନଦୀପ ରାଜନ୍ ଉତ୍ତରାଖଣ୍ଡର ବଣପାହାଡ଼ ଘେରା ଚମ୍ପାୱତ୍ ଜିଲ୍ଲାର ବାସିନ୍ଦା ଏବଂ କଣ୍ଠଶିଳ୍ପୀ ହେବା ସହ ସେ ଜଣେ ଭଲ ବାଦ୍ୟଯନ୍ତ୍ର ଶିଳ୍ପୀ ମଧ୍ୟ । ସେ ଗିଟାର୍, ତବଲା, ଢ଼ୋଲକ୍, ଡ୍ରମସ୍ ଓ ପିଆନୋ ଦକ୍ଷତାର ସହ ବଜାଇ ପାରନ୍ତି । ଏହା ପୂର୍ବରୁ ୨୦୧୫ରେ ସେ ମ୍ୟୁଜିକ ରିୟଲିଟି ସୋ’ ‘‘ଦ ଭଏସ୍ ଅଫ୍ ଇଣ୍ଡିଆ’’ରେ ବିଜେତା ହୋଇଥିଲେ ।

LEAVE A REPLY

Please enter your comment!
Please enter your name here