କଇଁଚ୍ଛ ଚୋରାଚାଲାଣ ବେଳେ ଜବତ କରିଛନ୍ତି ରେଳ ସୁରକ୍ଷା କର୍ମୀ. ସାକ୍ଷୀଗୋପାଳରୁ ପଶ୍ଚିମବଙ୍ଗ କଇଁଚ୍ଛ ଚୋରାଚାଲାଣ ବେଳେ ଏହାକୁ ଜବତ କରାଯାଇଛି. ଏଥିରେ ତିନି ଜଣଙ୍କୁ ଅଟକ ରଖିବା ସହ ପ୍ରାୟ 45ଟି କଇଁଚ୍ଛକୁ ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି. ସଂପୃକ୍ତ ଥିବା ତିନି ଜଣ ବ୍ୟକ୍ତି ଉତ୍ତମ ମଣ୍ଡଳ, ଅଶୋକ ପରିଆ ଓ ଅନାଦି ସାମଲ ବୋଲି ଜଣାପଡିଥିବା ବେଳେ ସେମାନେ ସମସ୍ତେ ପଶ୍ଚିମବଙ୍ଗ ଦନ୍ତନ ଅଞ୍ଚଳର ବୋଲି ଜଣାପଡିଛି. ତେବେ ଏହି କାରବାରର ଚେର କେତେଦୂର ଲମ୍ବିଛି ତାର ତଦନ୍ତ ଆରମ୍ଭ କରିଛି ବନବିଭାଗ.














