ଋଷରୁ କ୍ରିମିଆକୁ ଭିନ୍ନ କରୁଥିବା କେର୍ଚ୍ଚ ଷ୍ଟ୍ରେଟରେ ଦୁଇଟି ଜାହାଜରେ ନିଆଁ ଲାଗିଯିବା ଫଳରେ ପ୍ରାୟ 14 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି. ସୂଚନା ଅନୁସାରେ, ସେହି ଜାହାଜରେ ଭାରତ, ତୁର୍କି ଓ ଲିବିୟାର ନାଗରିକମାନେ ଥିଲେ. ତେବେ ଏହି ନିଆଁ ଋଷ ସୀମା ଜଳକ୍ଷେତ୍ର ନିକଟରେ ଲାଗିଛି. ଦୁଇଟିଯାକ ଜାହାଜରେ ତାଞ୍ଜାନିଆର ପତାକା ଲାଗିଥିଲା. ଗୋଟିଏରେ ପ୍ରାକୃତିକ ଗ୍ୟାସ ଥିବାବେଳେ ଅନ୍ୟଟି ଟ୍ୟାଙ୍କର ଥିଲା. ତେବେ ନିଆଁ ସେତେବେଳେ ଲାଗିଥିଲା, ଯେତେବେଳେ ଏହି ଦୁଇଟିରୁ ଇନ୍ଧନ ସ୍ଥାନାନ୍ତର ହେଉଥିଲା. 12 ଜଣଙ୍କୁ ବର୍ତ୍ତମାନସୁଦ୍ଧା ସମୁଦ୍ରରୁ ଉଦ୍ଧାର କରାଯାଇଛି. 9 ଜଣ ନୌଚାଳକ ନିଖୋଜ ଅଛନ୍ତି.

LEAVE A REPLY

Please enter your comment!
Please enter your name here