ଓୟୁଏଟି ଭେଟେରିନାରି କଲେଜ ପ୍ରେକ୍ଷାଳୟରେ ଦୁଇଦିନ ଧରି ଆୟୋଜିତ ହୋଇଥିବା ‘ହେଲଥ ମେଡିକନ-2019’ ଉଦଯାପିତ ହୋଇଯାଇଛି. ଆଇପିଏସ ଓ ଓୟୁଏଟିର ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ଔଷଧ, ପ୍ରଯୁକ୍ତି ଓ ସ୍ୱାସ୍ଥ୍ୟ ସଂପର୍କିତ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା ଏବଂ ଏହି ସମ୍ମିଳନୀରେ ଦେଶ ବିଦେଶର ପ୍ରାୟ 300ରୁ ଅଧିକ ବିଶେଷଜ୍ଞ ଯୋଗ ଦେଇଥିଲେ. ଉଦଯାପନୀ ଉତ୍ସବରେ ବିଧାନସବା ବାଚସ୍ପତି ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଓ ବିହାରର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ. ଏହାଛଡା ଅସ୍ତ୍ରୋପଚାର କ୍ଷେତ୍ରରେ ପାରଦର୍ଶିତା ପ୍ରତିପାଦନ କରିଥିବା ବିଶେଷଜ୍ଞଙ୍କୁ ‘ଏଫଏଆରସିଏସ’ ଓ ‘ଏଫଆଇପିଏସ’ ସମ୍ମାନରେ ସମ୍ମାନିତ କରାଯାଇଥିଲା.

LEAVE A REPLY

Please enter your comment!
Please enter your name here