ପୁଣି ଇତିହାସ ରଚିଲା ଇସ୍ରୋ. ଉପଗ୍ରହର ପ୍ରକ୍ଷେପଣ କରୁଥିବା ୟୁରୋପୀୟ କମ୍ପାନୀ ଏରିୟମ ସ୍ପେଶର ପ୍ରକ୍ଷେପଣ ଯାନ ମାଧ୍ୟମରେ ନିଜର ନୂଆ ଉପଗ୍ରହ ଜିସ୍ୟାଟ-31ର ସଫଳ ଉତକ୍ଷେପଣ କରିଛି ଇସ୍ରୋ. ବୁଧବାର ଭାରତୀୟ ସମୟ 2.31ରେ ଏହାକୁ ଫ୍ରେଞ୍ଚ ଗୁଆନାରୁ ଉତକ୍ଷେପଣ କରାଯାଇଛି. ଏହାର ଓଜନ 2535 କେଜି ରହିଥିବା ବେଳେ ଏହା ମହାକାଶରେ 15 ବର୍ଷ ପର୍ଯ୍ୟନ୍ତ ସେବା ପ୍ରଦାନ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି. ଏହାର ଉତକ୍ଷେପଣ ଏରିୟନ ସ୍ପେସର ଏରିୟନ-5 ରକେଟ ମାଧ୍ୟମରେ କରାଯାଇଛି. ଏହା ହେଉଛି ଦେଶର 40ତମ ସଞ୍ଚାର ଉପଗ୍ରହ ଯାହା ଡିଜିଟାଲ ସ୍ୟାଟେଲାଇଟ ଓ ଡିଟିଏଚ ସେବା ପ୍ରଦାନ କରିବ.