ଆମେରିକାକୁ ଲାଗିଛି ଶକ୍ତ ଝଟ୍‌କା । ଏବେ ଫେଲ୍ ହେଲା ଟ୍ରମ୍ପଙ୍କ ଟାରିଫ୍ ନୀତି । ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍ ଲଗାଇଛି , କିନ୍ତୁ ତାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ପଡ଼ି ନାହିଁ । ଏହା ମୋଦି ସରକାରଙ୍କ ପାଇଁ ସମ୍ଭବ ହୋଇଛି । ଭାରତ-ଅଷ୍ଟ୍ରେଲିଆର ସହମତି କ୍ରମେ ୨୦୨୬ ଜାନୁଆରୀ ୧ରୁ ସମସ୍ତ ଭାରତୀୟ ରପ୍ତାନୀ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ୍ ସୋମବାର ଭାରତ-ଅଷ୍ଟ୍ରେଲିଆ ଆର୍ଥିକ ସହଯୋଗ ଓ ବାଣିଜ୍ୟ ଚୁକ୍ତିର ୩ ବର୍ଷ ପୂର୍ତ୍ତିରେ ବଡ଼ ସୂଚନା ଦେଇଛନ୍ତି । ସେ ସୋସିଆଲ୍ ମିଡିଆରେ ଲେଖିଛନ୍ତି, ଯେ ”ଜାନୁଆରୀ ୧ରୁ ଅଷ୍ଟ୍ରେଲିଆ, ଭାରତର ରପ୍ତାନୀ ଉପରେ କୌଣସି ଟିକସ ନେବ ନାହିଁ । ଏହାର ଅର୍ଥ ଭାରତରୁ ରପ୍ତାନୀ ସମସ୍ତ ବସ୍ତୁକୁ ଅଷ୍ଟ୍ରେଲିଆ ଟାରିଫ୍ ମୁକ୍ତ କରି ଦେଇଛି ।”ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୨୦୨୨ ଡିସେମ୍ବରରେ ବାଣିଜ୍ୟ ଚୁକ୍ତି ହୋଇଥିଲା । ସୋମବାର ଏହି ଚୁକ୍ତିକୁ ୩ ବର୍ଷ ପୂର୍ତ୍ତି ହୋଇଛି। ଏଥିସହ ଅଷ୍ଟ୍ରେଲିଆ ବଡ଼ ପଦକ୍ଷେପ ନେଇ ସମସ୍ତ ଭାରତୀୟ ସାମଗ୍ରୀକୁ ଟାରିଫ୍ ମୁକ୍ତ କରିଛି ।ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଥିବା ବେଳେ ବାଣିଜ୍ୟକୁ ନେଇ ଉତ୍ତେଜନା ଲାଗି ରହିଛି । ଭାରତ ସହ ବାଣିଜ୍ୟ ନେଇ ଅଷ୍ଟ୍ରେଲିଆର ଏହି ନିଷ୍ପତ୍ତି ଆମେରିକାକୁ ଝଟ୍‌କା ଲାଗିଛି ।ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ବର୍ଷରେ ଭାରତ ଠାରୁ ଅଷ୍ଟ୍ରେଲିଆର ଆମଦାନୀ ୮ ପ୍ରତିଶତ ବଢ଼ିଛି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଏବେ ଦିନକୁ ଦିନ ମଜବୁତ ହେଉଛି ।

LEAVE A REPLY

Please enter your comment!
Please enter your name here