ତିତଲି ପ୍ରଭାବରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୬ଟି ଟ୍ରେନର ଯାତ୍ରା ବାତିଲ କରିଦିଆଯାଇଥିବାବେଳେ ଗୋଟିଏ ଟ୍ରେନର ରୁଟକୁ ବଦଳାଇ ଦିଆଯାଇଛି । ତିତଲି ପ୍ରଭାବରେ ଆନ୍ଧ୍ରର ପଲାସା ରେଳ ଷ୍ଟେସନ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଭୁବନେଶ୍ୱର-ବିଶାଖାପଟନମ ଇଣ୍ଟରସିଟି ଉଭୟ ପଟୁ ବାତିଲ କରିଦିଆଯାଇଛି । ବିଶାଖାପଟନମ-ଦୀଘା ଏକ୍ସପ୍ରେସକୁ ମଧ୍ୟ ବାତିଲ । ସେହିପରି ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସକୁ ବାତିଲ କରିଦିଆଯାଇଛି । ବାଙ୍ଗାଲୋର କାଣ୍ଟ-ଗୌହାଟୀ ଏକ୍ସପ୍ରେସ ମଧ୍ୟ ବାତିଲ । ଯଶୋବନ୍ତପୁର-ମୁଜାଫରପୁର ଏକ୍ସପ୍ରେସ ବାତିଲ । ହାୱଡା-ହାଇଦ୍ରାବାଦ ଇଷ୍ଟକୋଷ୍ଟ ବାତିଲ । ହାୱଡା-ସିକନ୍ଦରାବାଦ ଫାଲକନୁମାର ରୁଟକୁ ବଦଳାଇଦିଆଯାଇଛି । ଖଡଗପୁର-ଟାଟା-ବିଳାସପୁର-କାଜିପେଟ ରୁଟରେ ଯିବ । ସେହିପରି ଖଡଗପୁର-ଭିଲିପୁରମ ଏକ୍ସପ୍ରେସର ସମୟ ବଦଳିଛି । ୨ଟା୫ ପରିବର୍ତ୍ତେ ସନ୍ଧ୍ୟା ୬ଟା୫ରେ ଛାଡିବ ଖଡଗପୁର ।

 

LEAVE A REPLY

Please enter your comment!
Please enter your name here