୨ ଦିନ ହେଲା ଟ୍ୟୁସନ ଯାଇ ଘରକୁ ଫେରିନାହିଁ ପୁଅ। ପୁଅର ଫେରିବା ବାଟକୁ ଅନାଇ ଧର୍ଯ୍ୟହରା ହୋଇପଡ଼ିଲେଣି ବାପାମା’। ନୟାଗଡ ଓଡଗାଁରେ ୧୨ ବର୍ଷର ବାଳକ ନିଖୋଜ ମାମଲାରେ ପୋଲିସର ଛାନଭିନ୍ । ଘଟଣାକୁ ୩୬ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ମଧ୍ୟ ନିଖୋଜ ୧୨ ବର୍ଷର ବାଳକ ଅମ୍ରିତର ପତ୍ତା ମିଳିନାହିଁ । ଓଡଗାଁ କୁରାଳ ସୁବୁଦ୍ଧି ସାହିରେ ପୋଲିସର ୨ଟି ଟିମ୍ ଏବଂ ଡଗ ସ୍କ୍ୱାର୍ଡ ଟିମ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗୁରୁବାର ସଂଧ୍ୟାରୁ ଅମ୍ରିତର କୌଣସି ପତ୍ତା ମିଳୁନଥିବାରୁ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅମ୍ରିତକୁ କିଏ ଅପହରଣ କରିଥିବା ନେଇ ପରିବାର ଲୋକେ ଆଶଙ୍କା କରିଛନ୍ତି । ଗାଁ ପୋଖରୀ ରାସ୍ତାରେ ଏକ ବାଉଁଶ ବୁଦା ମୁଳରୁ ଅମ୍ରିତର ସାଇକେଲ ମଧ୍ୟ ମିଳିଥିଲା ।

LEAVE A REPLY

Please enter your comment!
Please enter your name here