୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ କସରତ କଲେଣି । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ସଭାପତି , ଜିଲ୍ଲା ପ୍ରଭାରୀ ଓ ରାଜ୍ୟ ପଦାଧିକାରୀଙ୍କ ବୈଠକ ହେଉଛି । କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ , ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଦଳର ବରିଷ୍ଠ ନେତା ଏଥିରେ ଉପସ୍ଥିତ ରହିବେ । ବୈଠକରେ ଯୋଗ ଦେବାକୁ ଭୁବନେଶ୍ୱରରେ ପହଁଞ୍ଚିଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ । ସାଧାରଣ ନିର୍ବାଚନର ପ୍ରସ୍ତୁତି , ତୃଣମୂଳସ୍ତରରେ ସଂଘଠନ ମଜବୁତ, ନାରୀ ନିର୍ଯାତନା, ଚାଷୀ ସମସ୍ୟା ଓ ବେକାରୀ ସମସ୍ୟା ନେଇ ସରକାର ବିରୋଧରେ ଆନ୍ଦୋଳନ କରିବାକୁ ଆଲୋଚନା ହେଉଛି । ସବୁ ବୁଥ୍ ମଜବୁତ କରିବା ନେଇ ଆଲୋଚନା ହେଉଛି । ପଦ୍ମପୁର ଫଳାଫଳର ମଧ୍ୟ ସମୀକ୍ଷା ହେବ ।

LEAVE A REPLY

Please enter your comment!
Please enter your name here