ଡରାଉଛି ନାଗାବଳୀ ନଦୀ । ଆକାଶରେ ମେଘ ଆସିଲେ ଛାତିରେ ଛନକା ପଶୁଛି ନଦୀକୁଳିଆଙ୍କୁ । କାରଣ ଆଜିକୁ ୩୦ ବର୍ଷ ହେଲାଣି ରାୟଗଡା ଜିଲ୍ଲାରେ ଭୟଙ୍କର କ୍ଷତି ଘଟାଉଛି ଏହି ନାଗାବଳୀ ନଦୀ । ବର୍ଷା ଆସିଲେ ବିପଦଜନ୍ନକ ଭାବେ କୁଳ ଖାଇ ଚାଲୁଛି ନାଗାବଳୀ । କୂଳ ଖାଇବା ସହ ପ୍ରତିବର୍ଷ ବର୍ଷା ଋତୁରେ ଚାଷବାଷ ଉଜାଡି ଦେଉଛି । ପୂର୍ବରୁ ନାଗାବଳୀର ବନ୍ୟାରେ ଖିଲିମିସିଗୁଡା ଗ୍ରାମ ସଂପୂର୍ଣ୍ଣ ଲୀନ ହୋଇଯାଇଥିଲା । ରାୟଗଡା ଜିଲ୍ଲା ସଦର ବ୍ଲକର ଜଗନ୍ନାଥପୁର,ବେଡେଲି,ଗୁସେଇଁକଣ୍ଟୁଆ ଓ ବେହେରାଗୁଡା ପରି ନଦୀକୂଳରେ ବସବାସ କରିଥିବା ପାଖାପାଖି ୧୦ ଖଣ୍ଡ ଗ୍ରାମ ପ୍ରତି ବିପଦ ଆଣିଦେଇଛି । ବନ୍ୟାଜଳ ଗାଁ ଭିତରେ ପଶିବା ସହ ଧନ ଜୀବନ ନଷ୍ଟ କରୁଛି । ହେଲେ ଏସବୁ ବିଷୟରେ ଜିଲ୍ଲା ପ୍ରଶାସନ ଅବଗତ ଥାଇ ମଧ୍ୟ ଲୋକଙ୍କ ସମସ୍ୟାର ସମାଧାନ କରୁନାହିଁ । ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ
ବାଇଟ୍- ଗ୍ରାମବାସୀ
ବାଇଟ୍-ଗ୍ରାମବାସୀ

ଭିଓ-୨-ପ୍ରତିବର୍ଷ ବର୍ଷା ଦିନେ ନଦୀକୂଳିଆ ଗାଁ ଲୋକେ ରାତି ଉଜାଗର ରହୁଛନ୍ତି । କାରଣ କେଉଁ ମୂହୁର୍ତ୍ତରେ ଗାଁରେ ବନ୍ୟା ଜଳ ପ୍ରବେଶ କରୁଛି ତାହା ଜଣାପଡୁନାହିଁ । ଏମିତି ଘଟଣା ୨୦୧୭ ମସିହାରେ ଦେଖିବାକୁ ମିଳିଥିଲା । ଲୋକେ ରାତିରେ ଶୋଇଥିବା ବେଳେ ଜଗନ୍ନାଥପୁର ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିଥିଲା । ଆଉ ଲକ୍ଷାଧିକ ଟଙ୍କାର ସଂମ୍ପତ୍ତି ନଷ୍ଟ ହୋଇଥିଲା ।
ବାଇଟ୍-୩-ସୁଧାକର ଶବର-(ଅତିରିକ୍ତ ଜିଲ୍ଲାପାଳ,ରାୟଗଡା)

ଫାଭିଓ- ନାଗାବଳୀ ନଦୀରେ ଆଡିବଂଧ ନିର୍ମାଣ ପାଇଁ ଲୋକେ ଦାବି କରି ଆସୁଛନ୍ତି . ଆଡିବନ୍ଧ ନିର୍ମାଣ ହେଲେ ବର୍ଷାଦିନେ ନାଗାବଳୀର ଭୟ ଆଉ ରୁହନ୍ତାନି ।
(ରାୟଗଡ଼ାରୁ ସ୍ମୃତି ରଞ୍ଜନ ମହାନ୍ତି)

LEAVE A REPLY

Please enter your comment!
Please enter your name here