ଡେଲାଙ୍ଗ ବ୍ଲକରେ ଭୋଟରେ ଜିତିଥିବା ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ,ସୁପ୍ରିମକୋର୍ଟଙ୍କ ରାୟରେ ପଦ ହରାଇଛନ୍ତି। ଏବେ ବ୍ଲକ ଅଧ୍ୟକ୍ଷା ଚେୟାରରେ ବସିବେ ରମାଦେବୀ ରାଉତରାୟ । ୨୦୨୨ ନିର୍ବାଚନରେ ବାସନ୍ତୀ ସାହୁ ୧୨ ଭୋଟ ପାଇ ଜିତିଥିଲେ ଓ ରମାଦେବୀ ରାଉତରାୟ ପାଇଥିଲେ ୯ ଭୋଟ। କିନ୍ତୁ ଫଳାଫଳ ଶୁଣାଣୀ ପରେ ଆରମ୍ଭ ହେଲା ଲଢ଼େଇ । ରମାଦେବୀ ଅଭିଯୋଗ କରିଥିଲେ ଯେ ବାସନ୍ତୀଙ୍କର ୩ଟି ପିଲା ଥିବାରୁ ସେ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଅଟନ୍ତି। ତିନୋଟି ସନ୍ତାନ ଥିବାରୁ ବାସନ୍ତୀଙ୍କ ଯୋଗ୍ୟତାକୁ ପ୍ରଶ୍ନ କରାଯାଇଥିଲା। ଶେଷରେ ଏହି ଅଭିଯୋଗ ସୁପ୍ରିମକୋର୍ଟରେ ପହଞ୍ଚିଥିଲା ଓ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଶେଷରେ ସ୍ପଷ୍ଟ କରିଲେ ଯେ ଯେତେବେଳେ ମାତ୍ର ୨ ଜଣ ପ୍ରାର୍ଥୀ ଥିଲେ, ସେତେବେଳେ ପୁଣି ସାନି ନିର୍ବାଚନର କୌଣସି ଆବଶ୍ୟକତା ନାହିଁ। ଏହି ରାୟ ସହିତ ବାସନ୍ତୀ ସାହୁଙ୍କ ଅଧ୍ୟକ୍ଷା ପଦ ରଦ୍ଧ ହୋଇଥିବାବେଳେ ରମାଦେବୀ ରାଉତରାୟଙ୍କ ପାଇଁ ଖୋଲିଛି ସତ୍ତାର ନୂଆ ଦ୍ୱାର। ତାଙ୍କୁ ସିଧାସଳଖ ବ୍ଲକ ଅଧ୍ୟକ୍ଷା ଭାବେ ଘୋଷଣା କରାଯାଇଛି। ଏହି ରାୟ ପରେ ଡେଲାଙ୍ଗ ରାଜନୀତିରେ ହୋଇଛି ବଡ଼ ହଲଚଲ। ଯେଉଁଠି ଭୋଟର ଫଳାଫଳ ଏକ ପକ୍ଷରେ ଥିଲା, ସେଠି କୋର୍ଟର ରାୟ ସମୀକରଣକୁ ପୁରା ବଦଳାଇ ଦେଲା।

LEAVE A REPLY

Please enter your comment!
Please enter your name here