ପ୍ରଥମ ପର୍ଯ୍ୟାୟରେ 9ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବିଜେଡି ଦ୍ବିତୀୟ ପର୍ଯ୍ୟାୟରେ ଆଉ 6 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି 6ଟି ଆସନ ହେଉଛି, କଟକ, ପୁରୀ, ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ ଓ ଯାଜପୁର । କଟକ ଲୋକସଭା ଆସନରେ ଦଳ ବିର୍ଲା ଗ୍ରୁପ ଭାଇସପ୍ରେସିଡେଣ୍ଟ ଚାକିରୀ ଛାଡି ଦଳରେ ଯୋଗ ଦେଇଥିବା ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ପୂର୍ବରୁ କଟକ ଲୋକସଭା ଆଶନରେ ବିଜେଡି ପ୍ରାର୍ଥୀ ଭାବେ ଭର୍ତ୍ତୃହରି ମହତାବ ଜିତି ଆସୁଥିବା ବେଳେ ଏଥର ସେ ଦଳ ଛାଡିଛନ୍ତି । ସେହିପରି ଢେଙ୍କାନାଳ ଲୋକସଭା ଆସନରେ ଦଳ ବିଧାୟକ ସୁଧୀର ସାମଲଙ୍କ ପୁତୁରା ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରିଛି । ଗତ ନିର୍ବାଚନରେ ଭୁବନେଶ୍ବର ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ ହୋଇ
ବିଜେପିର ଅପରାଜିତା ଷଡଙ୍ଗୀଙ୍କ ଠାରୁ ହାରିଥିବା ଅରୂପ ପଟ୍ଟନାୟକଙ୍କୁ ଦଳ ପୁରୀରୁ ପ୍ରାର୍ଥୀ କରିଛି । ପୂର୍ବରୁ ଏହି ଆସନରେ ପିନାକୀ ମିଶ୍ର ଲଗାତାର ଭାବେ ଜିତି ଆସୁଥିଲେ । ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଲୋକସଭା ଆସନରୁ ଦଳ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଥିବା ବେଳେ ଜଗତସିଂହପୁର ଆସନରୁ ରାଜଶ୍ରୀ ମଲ୍ଲିକ ଏବଂ ଯାଜପୁରରୁ ଶର୍ମିଷ୍ଠା ସେଠୀଙ୍କୁ ଦଳ ପ୍ରାର୍ଥଈ କରିଛି ।

LEAVE A REPLY

Please enter your comment!
Please enter your name here