ମୁନିଗୁଡା ବ୍ଲକ କୁମୁଡାବାଲି ସ୍ଥିତ କସ୍ତୁରବା ବାଳିକା ବିଦ୍ୟାଳୟରେ ଛାତ୍ରୀଙ୍କ ମୃତ୍ୟୁ । ସବୁଦିନ ଭଳି କସ୍ତୁରବା ହଷ୍ଟେଲରେ ଥିବା ୧୩୦ ଜଣ ଛାତ୍ରୀ ଖାଇବା ପାଇଁ ଯାଇଥାନ୍ତି । ନନ୍ଦିନୀ କାଡ୍ରକା ନାମକ ଜଣେ ଛାତ୍ରୀ ଏବଂ ତାଙ୍କ ସାଙ୍ଗମାନେ ଖାଇସାରି ଫେରିବା ସମୟରେ କାନ୍ଥରେ ଝୁଲୁଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସପ୍ତମ ଶ୍ରେଣୀ ଛାତ୍ରୀ ନନ୍ଦିନୀଙ୍କ ମୃତ୍ୟୁ ଘଟିଛି । ଛାତ୍ରୀ ଜଣକ ତାରରେ ଲାଗିଯିବାରୁ ସାଙ୍ଗମାନେ ଚିକôାର କରିଥିଲେ ଏବଂ ବିଦ୍ୟାଳୟର କର୍ମକତ୍ତାଙ୍କୁ ଖବର ଦେଇଥିଲେ । ପରେ ନନ୍ଦିନୀଙ୍କୁ ମୁନିଗୁଡା ସ୍ୱାସ୍ଥକେନ୍ଦ୍ରକୁ ଅଣାଯାଇଥିଲା ଏବଂ ଡାକ୍ତର ସେଠାରେ ନନ୍ଦିନୀଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here