କୂଅରେ ପଡି ଛଟପଟ ହେଉଥିଲା ନାଗ ସାପ । ଆଉ ଖବର ପାଇ କୂଅ ପାଖରେ ପହଁଞ୍ଚିଥିଲେ ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଛାୟତ ଓ ତାଙ୍କ ସ୍ତ୍ରୀ ସସ୍ମିତା ଗୋଛାୟତ । ସସ୍ମିତା ସାଙ୍ଗେ ସାଙ୍ଗେ ବୁଦ୍ଧି ପ୍ରୟୋଗ କରି ବାଲ୍ଟି ସାହର୍ଯ୍ୟରେ ସୁରକ୍ଷିତ ସହ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଦେଇଥିଲେ । ବାରିପଦା ସହରସ୍ଥିତ ସୁନାମୁହିଁ ଛକ ନିକଟରେ ଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଆଶୁତୋଷ ମହାପାତ୍ରଙ୍କ କୂଅରେ ଫସିଥିଲା ନାଗସାପ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି , ପ୍ରାୟ ମହିଳାମାନେ ସାପକୁ ଦୂରରୂ ଦେଖି ଭୟ କରିଥାନ୍ତି । କିନ୍ତୁ ସସ୍ମିତା ସାହସ ଜୁଟାଇ ସାପକୁ ହାତରେ ଧରି ଜଙ୍ଗଲରେ ଛାଡିଥିଲେ । ସସ୍ମିତାଙ୍କର ଏହି କାମକୁ ସ୍ଥାନୀୟ ବାସିନ୍ଦା ଖୁବ୍ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here