ଗତକାଲି ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ବିଶ୍ୱକପରୁ ବିଦା ହୋଇଛି ଟିମ୍ ଇଣ୍ଡିଆ । ଭାରତର ପରାଜୟରେ ୧୩୦ କୋଟି ଭାରତୀୟଙ୍କ ସ୍ୱପ୍ନ ଭାଙ୍ଗିଯାଇଛି କହିଲେ ଭୁଲ ହେବ ନାହିଁ । ତେବେ ବିଶ୍ୱକପରୁ ଭାରତର ବିଦାୟକୁ ସହିପାରିଲେନି କଳାହାଣ୍ଡିର ଜଣେ ଯୁବକ । ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେ । କଳାହାଣ୍ଡି ସିଙ୍ଗଭାଡି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ବିଶ୍ୱକପ ସେମିଫାଇନାଲରେ ଭାରତୀୟ ଟିମ୍ ହାରିଗଲା ପରେ ଗାଁର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଯୁବକ ଜଣକ ହେଲେ ସମ୍ବାରୁ ଭୋଇ । ବିଷ ପିଇ ଜମିରେ ପଡିଥିବାବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଧର୍ମଗଡ ଡାକ୍ତରଖାନା ନେଇଥିଲେ । ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here