ବହୁଚର୍ଚ୍ଚିତ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ହାଇକୋର୍ଟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ତିନି ସପ୍ତାହ ମଧ୍ୟରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମଡେଲ୍ ସୌମ୍ୟରଂଜନଙ୍କ ମୃତ୍ୟର ତିନି ସପ୍ତାହ ବିତିଯାଇଥିଲେ ହେଁ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ସୌମ୍ୟଙ୍କ ପରିବାର ଲୋକେ କମିଶନରେଟ ପୋଲିସ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ସୌମ୍ୟଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ପ୍ରେମିକା ସୋନାଲି ଦାୟୀ ଏବଂ ସୋନାଲିଙ୍କୁ ପୋଲିସ ଗିରଫ କରିବାକୁ ପରିବାର ଲୋକେ ଦାବି କରିଥିଲେ । ସୌମ୍ୟଙ୍କ ଆତ୍ମହତ୍ୟା ପାଇଁ ସୋନାଲି ଦାୟୀ ବୋଲି ସବୁ ପ୍ରମାଣ ଦେବା ସତ୍ତ୍ବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା ବୋଲି ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here