ରବିବାର ତେଲେଙ୍ଗାନାରୁ 15 ଜଣ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି. ସୂଚନା ଅନୁସାରେ, ତେଲଙ୍ଗାନା ରାଜ୍ୟର ପେଡାପଲ୍ଲୀ ଜିଲ୍ଲା କାର୍ଲାଚିଲା ଇଟାଭାଟିରୁ ଏହି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି. ତେଲେଙ୍ଗାନାରେ ଏହି ଓଡିଆ ଶ୍ରମିକମାନେ ଦାଦନ ଖଟୁଥିବା ଖବର ମିଳିଥିଲା ଏବଂ ସେଠାରେ  ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ମଧ୍ୟ ହୋଇଥିଲା. ପରେ ଖବର ପାଇଁ କିଛି ସ୍ୱଚ୍ଛାସେବୀ ସେଠାରେ ପହଞ୍ଚିଥିଲେ ଓ 15 ଜଣ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ. ବର୍ତ୍ତମାନ ସେମାନଙ୍କୁ ରାୟଗଡା ଅଣାଯାଇ ପରେ ବଲାଙ୍ଗୀର ପଠାଯିବ ବୋଲି ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here