ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା 100 ଟପିଛି. ବର୍ତ୍ତମାନ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା 106 ରେ ପହଞ୍ଚିଲାଣି. ଏମାନଙ୍କ ମଧ୍ୟରେ 74 ଜଣ ସାହାରାଣପୁର ଜିଲ୍ଲାର ହୋଇଥିବା ବେଳେ 32 ଜଣ ହରିଦ୍ୱାର ଜିଲ୍ଲାର ଅଛନ୍ତି. ଏଭଳି ଘଟଣା ପରେ ଉଭୟ ରାଜ୍ୟର ପୋଲିସ ଏହାର ତଦନ୍ତ ଆରମ୍ଭ କରିବେ. ଅନ୍ୟପଟେ ୟୁପି ସରକାର ଏହାର ମାଜିଷ୍ଟ୍ରେଟି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି. ଏଭଳି ଏକ ବଡ ଘଟଣା ପରେ ମଧ୍ୟ ପୋଲିସ ଚୁପ୍ ହୋଇ ବସିଥିବା ଅଭିଯୋଗ ହୋଇଛି. ଯେଉଁଥିପାଇଁ ସାହାରାଣପୁର, କୁଶିନଗର ପୋଲିସ ଅଧିକାରୀ ଦିନେଶ ପି. ଓ  ରାଜବ ନାରାୟଣ ମିଶ୍ରଙ୍କୁ ନିଜ ପଦବୀରୁ ବହିଷ୍କାର କରାଯାଇପାରେ. ବେଆଇନ ଭାବେ ମଦ ତିଆରି କରୁଥିବା ଏବଂ ମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ସରକାର ରୋକ୍ ଲଗାଇଛନ୍ତି. ଏଯାଏଁ 39 ଜଣଙ୍କୁ ଗିରଫ କରାଯାଇଥିବା ବେଳେ 35 ଜଣଙ୍କ ନାଁରେ ମାମଲା ଦାଏର ହୋଇଛି. ହରିଦ୍ୱାରରେ ପ୍ରଶାସନ ଓ ଅବକାରୀ ବିଭାଗ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ଏହାର ଛାନଭିନ୍ ଆରମ୍ଭ କରିଛନ୍ତି.

LEAVE A REPLY

Please enter your comment!
Please enter your name here