SI ପରୀକ୍ଷା କେଳେଙ୍କାରୀ ମାମଲାର ମାଷ୍ଟର ମାଇଣ୍ଡ ଶଙ୍ଖର ପୃଷ୍ଟି ଆଶାୟୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ପରୀକ୍ଷାରେ ପାସ୍ କରାଇବାକୁ କହି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରୁଥିଲା, ସେହି ଟଙ୍କାରେ ଅୟସ କରୁଥିଲା । ଶଙ୍କର ପୃଷ୍ଟି ବିଭିନ୍ନ ସ୍ଥାନରେ ଦାମୀ ଜମି କିଣିଥିବାର ଜଣାପଡିଛି। ସୋରଡାର ବ୍ରାହ୍ମଣଛାଇ ଗାଁର ବାସିନ୍ଦା ଶଙ୍କର ପୃଷ୍ଟି ଗରିବ ପରିବାରର ପିଲା। ତାଙ୍କ ବାପା ଲୁହା କାମ କରୁଥିଲେ। ଧାର ଉଧାରରେ ଜୀବନ ଚାଲିଥିଲା। ପ୍ରଥମେ ଗାଁରେ ଟାଉଟରି କରୁଥିଲା ଶଙ୍କର। ପରେ ପ୍ରଶ୍ନପତ୍ର ଲିକ୍ ଓ ନିଯୁକ୍ତି ଜାଲିଆତି ଜାଲରେ ପଶିଥିଲା । ଦାମୀ ଗାଡି ଭିତରେ ଆଳୁ ପିଆଜ ବସ୍ତାରେ ଟଙ୍କା ବଣ୍ଡଲ ଆଣୁଥିଲା। ଏହି ଟଙ୍କା ବାଣ୍ଟି ଗାଁରେ ନିଜ ଗ୍ୟାଙ୍ଗ ତିଆରି କରିଥିଲା। ବିଜେଡି ଛତ୍ରଛାୟାରେ ରହି ନେତାଗିରି କରୁଥିଲା ଶଙ୍କର। ତାସହିତ ବାଲି ଚୋରାଚାଲାଣ ମଧ୍ଯ କରୁଥିଲା । ଏହି କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା 123 ଜଣଙ୍କୁ ଗିରଫ କରିଛି । ମାଷ୍ଟରାମଇଣ୍ଡ ଶଙ୍କର ପୃଷ୍ଟି ଏବେବି ଫେରାର ଅଛି। ଏବେ ସିବିଆଇ ତଦନ୍ତ ପରେ କେଳେଙ୍କାରୀର ହେବ ପର୍ଦ୍ଦାଫାଶ୍।














