ମେ 22 ତାରିଖ ଆମ ପାଇଁ ପିକ୍ ଥିଲା । ସର୍ବାଧିକ 12 ହଜାର 852 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । 22 ତାରିଖ ପରେ ଓଡିଶାରେ ସଂକ୍ରମଣ କମିବାର ଲାଗିଛି । ଆଉ 10 ଦିନ ଭିତରେ ଏହାର ନାଟକୀୟ ପତନ ଘଟିବ ବୋଲି ଆଶା କରିଛନ୍ତି ସ୍ବାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର । ଏବେ ରାଜ୍ୟରେ ଯେତିକି ପଜିଟିଭିଟି ଚିହ୍ନଟ ହେଉଛି, 9 ଟି ଜିଲ୍ଲାରେ ମୋଟ ସଂକ୍ରମଣର 60 ପ୍ରତିଶତ ବାହାରୁଛି । ଖୋର୍ଦ୍ଧା, ପୁରୀ, କଟକ, ଅନୁଗୁଳ, ସୁନ୍ଦରଗଡ, ମୟୁରଭଞ୍ଜ, ଯାଜପୁର, ବାଲେଶ୍ବର, ବରଗଡ ପ୍ରଭୃତି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ତେବେ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନ ସହ ଭାକ୍ସିନେସନ କାର୍ଯ୍ୟ ଅବ୍ୟାହତ ରଖିଛନ୍ତି । ଓଡିଶାରେ ଭାକ୍ସିନ ଅପଚୟ ରୋକିବାରେ ଆମେ ସଫଳ ହୋଇଛୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଯଦି ଗ୍ଲୋବାଲ ଟେଣ୍ଡରରେ ଆମକୁ ଆମକୁ ଭାକ୍ସିନ ମିଳିଯାଏ, ତାହେଲେ ତିନିମାସ ଭିତରେ ଆମେ 18 ରୁ 44 ବର୍ଷ ଯାଏଁ ସରକାର ସମସ୍ତଙ୍କୁ ଟିକା ଦେଇପାରିବେ । ସେହିପରି ରାଜ୍ୟରେ କ୍ରିଟିକାଲ ରୋଗୀଙ୍କ ସଂଖ୍ୟା ମଧ୍ୟ କମୁଛି । ଛତିଶଗଡ ଓ ଝାଡଖଣ୍ଡରେ ମଧ୍ୟ ସଂକ୍ରମଣ କମୁଥିବାରୁ ଆମ ପାଇଁ ଆଶ୍ବସ୍ତି ଆଣିଦେଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ତେବେ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ଅଧିକ ରହିଥିବାରୁ ସରକାର ସୀମା ସିଲ୍ କରିବା ସହ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here