ଲାଲକିଲ୍ଲାରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତ ସଂସ୍ଥା ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତଦନ୍ତକାରୀ ସଂସ୍ଥା ଅନୁଯାୟୀ ଏହି ଅଭିଯୁକ୍ତ ବିସ୍ଫୋରଣ ପୂର୍ବରୁ ମୁଖ୍ୟ ଆତଙ୍କବାଦୀ ଉମର ନବିକୁ ସମର୍ଥନ କରିଥିଲା। ତାକୁ ଲୁଚିବା ପାଇଁ ସ୍ଥାନ ଏବଂ ଆବଶ୍ୟକ ସହାୟତା ଯୋଗାଇଥିଲା। ଗିରଫ ଅଭିଯୁକ୍ତଙ୍କ ନାମ ସୋଏବ,ସେ ହରିୟାଣାର ଫରିଦାବାଦର ଧାଉଜ ଗାଁର ବାସିନ୍ଦା। ତଦନ୍ତରୁ ଜଣାପଡିଛି ଯେ ବିସ୍ଫୋରଣ ପୂର୍ବରୁ ସୋଏବ ଆତଙ୍କବାଦୀ ଉମରକୁ ତାଙ୍କ ଘରେ ଲୁଚାଇ ରଖିଥିଲେ। ସୋଏବ ଆତଙ୍କବାଦୀକୁ ଆଶ୍ରୟ ଦେବାସହ ରହିବା, ଯୋଗାଣ ଏବଂ ଅନ୍ୟାନ୍ୟ ସହାୟତା ସମେତ ସମସ୍ତ ପ୍ରକାରର ଲଜିଷ୍ଟିକ୍ ସହାୟତା ମଧ୍ୟ ଯୋଗାଇଥିଲା। ସୋଏବ ଏହି ମାମଲାରେ ଗିରଫ ହୋଇଥିବା ସପ୍ତମ ଅଭିଯୁକ୍ତ। ପୂର୍ବରୁ ଏନ୍‌ଆଇଏ ଉମରର ଅନ୍ୟ ଛଅ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। ଏନ୍‌ଆଇଏ ପୂର୍ବରୁ ଏହି ମାମଲାରେ କାର ବୋମା ବିସ୍ଫୋରଣକାରୀଙ୍କ ଛଅ ଜଣ ନିକଟତର ସହଯୋଗୀଙ୍କୁ ଗିରଫ କରିଥିଲା । ଏହି ସଂସ୍ଥା ଆତ୍ମଘାତୀ ବିସ୍ଫୋରଣ ସହିତ ଜଡିତ ସୁରାକ ଉପରେ କାମ କରୁଛି ଏବଂ ବିଭିନ୍ନ ରାଜ୍ୟରେ ସ୍ଥାନୀୟ ପୋଲିସ ସହିତ ମିଳିତ ଭାବରେ ଚଢାଉ କରୁଛି ।ଏନଆଇଏ କହିଛି ଯେ ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ଖୁବ୍ ଶୀଘ୍ର ପ୍ରକାଶ ପାଇବ। ଏହି ଆତଙ୍କବାଦୀ ଆକ୍ରମଣ ପଛର ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ପାଇଁ ତଦନ୍ତ ଏବେ ଜାରି ରହିଛି।

LEAVE A REPLY

Please enter your comment!
Please enter your name here