ଦିଲ୍ଲୀରେ ବଢିବାରେ ଲାଗଛି କରୋନା ସଙ୍କ୍ରମଣ ସଂଖ୍ୟା । ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁନି । ନଭେମ୍ବର ମାସରେ ପ୍ରତ୍ୟେକ ୧ ଘଣ୍ଟାରେ ୪ ଜଣଙ୍କ ଜୀବନ ନେଇଛି ମହାମାରୀ । ଗତକାଲି କେବଳ ଗୋଟିଏ ଦିନରେ ୯୫ ଜଣଙ୍କର ମୃତ୍ୟୁ ହୋଇଛି ।ଚଳିତମାସ ଏଯାବତ କରୋନାରେ ୧୧୦୩ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ଧରି ଦିଲ୍ଲୀରେ କରୋନା ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇଛି । ଦିଲ୍ଲୀରେ ମୋଟ୍ ୭୬୧୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁହାର ରହିଛି ୧ ଦଶମିକ ୫ ପ୍ରତିଶତ । ଆଗକୁ ଆହୁରି ଶୀତଦିନ ଆସୁଥିବାରୁ ସ୍ଥିତି ଆହୁରି ଗମ୍ଭୀର ହେବା ନେଇ ଅନୁମାନ କରାଯାଉଛି । ତେବେ ମହାମାରୀର ମୁକାବିଲା ପାଇଁ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଉଚ୍ଚସ୍ତରିୟ ବୈଠକ ବସିଥିଲା । ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ , ଉପରାଜ୍ୟପାଳ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଦିଲ୍ଲୀରେ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ବୈଠକରେ ଆଲୋଚନା ହୋଇଛି । ଏଥିସହ ଅଧିକ ଆଇସିୟୁ ବେଡ୍ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସରକାର । ତେବେ ଦିଲ୍ଲୀକୁ ଫୁଣି ଲକ୍ଡାଉନ୍ ଫେରିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା । ତାହା ଖଣ୍ଡନ କରିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ