ଓମିକ୍ରନ ନେଇ ଚିନ୍ତା ବଢୁଥିବାବେଳେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କର ତଥ୍ୟ ମିଳୁନାହିଁ । ରାଜ୍ୟକୁ ଓମିକ୍ରନ ଆକ୍ରାନ୍ତ ଦେଶରୁ ୮୦୦ ରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡିଶା ଫେରିଥିବାବେଳେ ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ , ପାଖାପାଖି ୩୨୦ ଜଣଙ୍କର ପତ୍ତା ମିଳୁନି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏୟାର ସୁବିଧା ପୋର୍ଟାଲରେ କିଛି ଲୋକ ଭୁଲ ଫୋନ ନମ୍ବର ଏବଂ ଭୁଲ ଠିକଣା ଦେଇଥିବାରୁ ସେମାନଙ୍କୁ ଠାବ କରାଯାଇପାରୁନି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କିଛି ବ୍ୟକ୍ତି ଅନ୍ୟ ରାଜ୍ୟର ମଧ୍ୟ ଠିକଣା ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here