ଦେବାଶିଷ ସାମନ୍ତରାୟଙ୍କୁ ଗିରଫ କର. ସେ ଦେଶକୁ ନିନ୍ଦିତ କରିଛନ୍ତି ଓ ସହିଦଙ୍କୁ ଅପମାନ କରିଛନ୍ତି. ଏଭଳି ଅଭିଯୋଗ ଆଣି ଶୁକ୍ରବାର ବିଜେଡି ବିଧାୟକଙ୍କ ଗିରଫ ଦାବି କରିଛି କଂଗ୍ରେସ. ସହିଦଙ୍କୁ ଅସମ୍ମାନ କରିବା ସହ ଜାତୀୟ ପତାକା ଓ ଜାତୀୟତାକୁ  ଦେବାଶିଷ ଆଘାତ ପହଞ୍ଚାଇଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ. ଏଥିପାଇଁ ରାଜ୍ୟ ସରକାର ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ଓ ଦେବାଶିଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କଂଗ୍ରେସ କହିଛି. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଓଡିଆ ମନୋଜ ବେହେରାଙ୍କ ଶେଷକୃତ୍ୟ ସମୟରେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ସହିଦଙ୍କ ସଂପର୍କୟଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଥିଲା. ଯାହା ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା. ପରେ ଏହାକୁ ନେଇ ଅନେକ ବିବାଦ ଉପୁଜିଥିଲା.

LEAVE A REPLY

Please enter your comment!
Please enter your name here