ଓଡ଼ିଶା ପୋଲିସକୁ ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନରେ ମିଳିଛି ଐତିହାସିକ ସଫଳତା । ଯୋଗେଶ ବାହାଦୁର ଖୁରାନିଆ ବଲାଙ୍ଗିର ଓ ବରଗଡ଼ ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି । ସୁଚନା ଅନୁଯାୟୀ, ରବିବାର ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ୧୫ ଜଣ ମାଓବାଦୀ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏହି ମାଓବାଦୀମାନେ ବରଗଡ଼,ବଲାଙ୍ଗିର ଓ ମହାସମୁନ୍ଦ ଡିଭିଜନରେ ସକ୍ରିୟ ଭାବେ କାମ କରୁଥିଲେ । ଏହି ମାଓବାଦୀଙ୍କ ଆତ୍ମସମର୍ପଣ ପରେ ବରଗଡ଼ ଓ ବଲାଙ୍ଗିର ଜିଲ୍ଲାକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଘୋଷଣା କରାଯାଇଛି । ଡିଜିପି କହିଛନ୍ତି ଯେ, ସୁରକ୍ଷା ବାହିନୀ ତରଫରୁ ଦୀର୍ଘଦିନ ଧରି ମିଳିତ ଅଭିଯାନ ଚାଲିଥିଲା, ଗୁଇନ୍ଦା ସୂଚନା, କେନ୍ଦ୍ର ଓ ରାଜ୍ୟ ସୁରକ୍ଷା ବାହିନୀଙ୍କ ସମନ୍ଵିତ ପଦକ୍ଷେପ ଓ ସ୍ଥାନୀୟ ଲୋକଙ୍କ ସହଯୋଗ ଫଳରେ ଏହି ଦୁଇ ଜିଲ୍ଲାରୁ ନକ୍ସଲ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇପାରିଛି । ପୋଲିସ ବାହିନୀର ସାହସ, ସଂଯମ ଓ ପ୍ରତିବଦ୍ଧତା ଯୋଗୁଁ ଏହା ସମ୍ଭବ ହୋଇଛି । ସେ ଏହି ଅଭିଯାନରେ ଯୋଗ ଦେଇଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇ ଛନ୍ତି । ଏହି ଅଭିଯାନକୁ ଆଗକୁ ଅଧିକ ତୀବ୍ର କରାଯିବା ସହ ଶୀଘ୍ର ନକ୍ସଲ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି ।

LEAVE A REPLY

Please enter your comment!
Please enter your name here