ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଉଦଘାଟନ ହେବା ପରେ କୋରାପୁଟ ଜିଲ୍ଲା, ଜୟପୁରକୁ ଏୟାରଷ୍ଟ୍ରିପରେ ପହଁଞ୍ଚିଛନ୍ତି ୬ ଜଣିଆ ଡାକ୍ତରୀ ଟିମ୍ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ମଧ୍ୟ ସେମାନଙ୍କ ସହ ଅଛନ୍ତି । ଟିମ୍ ରେ ଅଛନ୍ତି ଏସସିିବି ମେଡିକାଲ ଟିମ୍ ଦତ୍ତେଶ୍ୱର ହୋତ୍ତା, ଡାକ୍ତର ଚିତ୍ତ ରଞ୍ଜନ ପଣ୍ଡା, ଦେବୀ ପ୍ରସନ୍ନ ମିଶ୍ର, ଏସ.ଏନ ରାଉତରାୟ । ଜୟପୁରରେ ପହଁଞ୍ଚିବା ପରେ ଦୁଇଟି ଦଳରେ ବିଭକ୍ତ ହୋଇ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି । ଏହି ଟିମ୍ ସମ୍ପୃକ୍ତ ଜିଲ୍ଲାରେ ପହଁଞ୍ଚି ଗୁରୁତର ରୋଗୀଙ୍କ ଚିକିତ୍ସା ଓ ଅସ୍ତ୍ରୋପଚାର କରିବେ । ଏହି ସେବାର ଉଦେଶ୍ୟ ହେଉଛି , ଯେଉଁ ଜିଲ୍ଲାର ଲୋକ ଚିକିତ୍ସା ପାଇ ପାରୁନାହାଁନ୍ତି, ଏବଂ ଗୁରୁତର ଅବସ୍ଥାରେ ଘରେ ରହିଛନ୍ତି, ସେଠାକୁ ଏୟାରଆମ୍ବୁଲାନ୍ସ ଯୋଗେ ଡାକ୍ତର ଯାଇ ସେମାନଙ୍କର ଚିକିତ୍ସା କରିବେ । ଆଜି ମାଲକାନଗିରି ଜିଲ୍ଲା ପାଇଁ ବାୟୁ ସ୍ୱାସ୍ଥ୍ୟସେବା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବରଙ୍ଗପୁର , କଳାହାଣ୍ଡି, ନୂଆପଡାବାସୀ ଏଥିରେ ଉପକୃତ ହେବେ । ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here