ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଶୁକ୍ରବାର ନବୀନ ନିବାସରେ ଦୁଇ ନେତାଙ୍କ ସାକ୍ଷାତ ହେବାପରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଉଭୟ ବିଜେପି ବିରୋଧରେ ଲଢେଇ କରୁଥିବା କହିଛନ୍ତି ଅଖିଳେଶ । ଆଲୋଚନା ପରେ ନିଜର ପ୍ରତିକ୍ରିୟାରେ ଅଖିଳେଶ ଯାଦବ କହିଛନ୍ତି ଯେ, ଆଦରଣୀୟ ନବୀନ ପଟ୍ଟନାୟକ ଦେଶର ଜଣେ ବରିଷ୍ଠ ନେତା ଅଟନ୍ତି। ଓଡିଶାର ବିକାଶରେ ନବୀନ ପଟ୍ଟନାୟକ ଓ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ମଧ୍ୟ ବହୁତ ବଡ଼ ଭୂମିକା ରହିଛି । ଗରିବଙ୍କ ସମ୍ମାନ ଓ ଉନ୍ନତି ପାଇଁ ସେମାନଙ୍କର କାର୍ଯ୍ୟ ଦେଶରେ ଏବେ ଉଦାହରଣ ପାଲଟିଛି । ସେ ଆହୁରି କହିଛନ୍ତି, ନବୀନ ବାବୁଙ୍କ ଅମଳରେ ଓଡିଶାରେ ସାଧାରଣ ଲୋକଙ୍କୁ ଜୀବନକୁ ପ୍ରଭାବିତ କରିବା ପରି କାମ ହୋଇଛି । ଲଗାତାର ୨୪ ବର୍ଷ ଶାସନ କରି ସେ ଲୋକଙ୍କ ଜୀବନ ଶୈଳୀ ବଦଳାଇ ପରିଛନ୍ତି । ନବୀନଙ୍କ ସହ ଏହା ମୋର ସୌଜନ୍ୟମୂଳକ ସାକ୍ଷାତ ଥିଲା । ମୋ ବାପା ତାଙ୍କ ବାପା ଦିବଙ୍ଗତ ବିଜୁ ବାବୁଙ୍କ ସହ କାମ ମଧ୍ୟ କରିଛନ୍ତି । ଆମ ମଧ୍ୟରେ ବହୁତ ପୁରୁଣା ସଂପର୍କ ରହିଛି ଏବଂ ଆମେ ଦୁଇ ଜଣ ବିଜେପି ବିରୋଧରେ ଲଢେଇ କରୁଛୁ ବୋଲି କହିଛନ୍ତି ଅଖିଳେଶ ।

LEAVE A REPLY

Please enter your comment!
Please enter your name here