୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଭାରତୀୟ ନିର୍ବାଚନ କମିଶନଙ୍କ ଟିମ୍ । ନିର୍ବାଚନ କମିଶନର ଅଶୋକ ଲାଭାସଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ବୁଧବାର ରାତିରେ ଭୁବନେଶ୍ୱରରେ ପହଁଞ୍ଚିବା ପରେ ଆରମ୍ଭ କରିଛନ୍ତି ସମୀକ୍ଷା । ପ୍ରଥମ ଦିନରେ କମିଶନଙ୍କ ଟିମ୍ ବିଭିନ୍ନ ରାଜନୈତିକ ଦଳକୁ ଭେଟି  ଆଲୋଚନା କରିଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ପ୍ରତିନିଧ ଦଳ ଏବଂ ସରକାରୀ ମୁଖ୍ୟ ସଚେତକ ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ବିଜେଡି ପ୍ରତିନିଧି ଦଳ  କମିଶନଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ଆଲୋଚନା କରିଛନ୍ତି ।  ଏଥିସହିତ ରାଜ୍ୟ ନିର୍ବାଚନ ଅଧିକାରୀ , ଜିଲ୍ଲା ନିର୍ବାଚନ ଅଧିକାରୀ, ଏସପି , ଆରଡିସି, ରେଞ୍ଜ ପୋଲିସ ଆଇଜି ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ଇସିଆଇ ଟିମ୍ । ୧୫ ତାରିଖରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିଦେ୍ର୍ଦଶକଙ୍କ ସହ ଆଲୋଚନା କରିବେ ।

LEAVE A REPLY

Please enter your comment!
Please enter your name here