ଗୋଟିଏ ଦିନରେ ନବୀନ ଓ ମୋଦିଙ୍କ ବଡ ସଭା. ଗୋଟିଏପଟେ ନବୀନ ଶନିବାର ପୁରୀ ଗସ୍ତ କରୁଥିବା ବେଳେ ଅନ୍ୟପଟେ ମୋଦି ଓଡିଶା ଗସ୍ତ କରୁଛନ୍ତି. ତେବେ ପୁରୀରେ ନବୀନ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ଏବଂ ବାରିପଦାରେ ମୋଦିଙ୍କ ସ୍ୱାଭିମାନ ସମାବେଶ କାର୍ଯ୍ୟକ୍ରମ ରହିଛି. ତେବେ ବାରିପଦାରେ ମୋଦି ନିଜ ଭାଷଣରେ କଣ କହିବେ ଏବଂ କାହାକୁ ଟାର୍ଗେଟ କରିବେ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି. ଏହାଛଡା ସେ ଜନତାଙ୍କୁ କି ମନ୍ତ୍ର ଦେବେ ତାକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ମଧ୍ୟ ଜୋର୍ ଧରିଲାଣି. ନବୀନଙ୍କ ପୁରୀ ଗସ୍ତ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ପ୍ରାୟ 50 ହଜାର ଏସଏଚଜି ମହିଳା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି. ଏହାଛଡା ନୂତନ ସ୍ୱୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ସହାୟତା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି. ବାରିପଦାରେ ମୋଦି ସ୍ୱାଭିମାନ ସମାବେଶରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଅନେକ ପ୍ରକଳ୍ପର ସେ ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି. ତେବେ ମୋଦିଙ୍କ ଓଡିଶା ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ବର୍ତ୍ତମାନ, ଚଳଚଞ୍ଚଳ ହୋଇ ଉଠିଛି ବିଜେପି କାର୍ଯ୍ୟାଳୟ. ତେବେ ମୋଦି ବାରିପଦାରେ କିଭଳି ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବେ ତାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି.

LEAVE A REPLY

Please enter your comment!
Please enter your name here